କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରେ ପରଦା ହଟାଇବାକୁ ତନାଘନା ଚଲାଇଛି କ୍ରାଇମବ୍ରାଂଚ ଟିମ୍ । ଆଜି ଆଦିତ୍ୟ ଦାଶ ଚଳାଉଥିବା ଆଶ୍ରମରେ ପହଂଚିଛନ୍ତି ତଦନ୍ତକାରୀ ଦଳ । ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ କ୍ରାଇମବ୍ରାଂଚ ଅଧିକାରୀମାନେ ପଚରା ଉଚରା କରିବେ । ତଦନ୍ତ ଭାର ଗ୍ରହଣ କରିବା ପରେ କ୍ରାମବ୍ରାଂଚ ଟିମ ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୪ ଘଂଟା ଧରି ମାରାଥନ ଜେରା କରିଥିଲା ।
ଏହାଛଡା ଗତ ଗୁରୁବାର ଆଦିତ୍ୟଙ୍କ ମୃତଦେହ ମିଳିଥିବା ଲିଙ୍ଗରାଜ ଷ୍ଟେସନକୁ ଯାଇ ଛାନଭିନ କରିଥିଲେ ତଦନ୍ତକାରୀ ଦଳ । ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହ ଜଡିତ ଅନେକ ଦିଗ ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି କ୍ରାଇମ୍ବ୍ରାଂଚ୍ । ବିଶେଷକରି ମୃତ୍ୟୁ ପଛରେ ଟଙ୍କା କାରବାର ରହିଥିଲା କି । ମୃତ୍ୟୁ ପଛରେ ସମାଜସେବାର ଲିଙ୍କ ଥିଲା କି, ପରିବାର ଭିତରେ ମନୋମାଳିନ୍ୟ ଥିଲା କି ଏଭଳି ଅନେକ ପ୍ରଶ୍ନ କରିପାରନ୍ତି ତଦନ୍ତକାରୀ ଦଳ ।