ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘରର ସଂଜ୍ଞା । ଯାହାକୁ ପଢିଲେ ଆପଣ ହସି ହସି ବେଦମ ହେବେ । ଭାଇରାଲ ହେଉଛି ଉତ୍ତର

4,806

କନକ ବ୍ୟୁରୋ: ସ୍କୁଲ ହେଉ ବା ଅନ୍ୟ କୌଣସି ସମୟ ପ୍ରତି ବ୍ୟାଚରେ ଏଭଳି କିଛି ଛାତ୍ର ଥାଆନ୍ତି ଯିଏ ଅନେକ ସମୟରେ ଅଦ୍ଭୁତ କାଣ୍ଡ କରିବସନ୍ତି । କ୍ଲାସରେ ଯାହା ପଢାଯାଏ ସେମାନେ କିନ୍ତୁ ତାକୁ ନିଜ ଢଙ୍ଗରେ ବୁଝନ୍ତି । ଯାହାର ପରିଣାମ କିଛି ଅଜବ ହୁଏ । ଏଭଳି ଏକ ଘଟଣାର ପରିଣାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ସାଇନ୍ସର ପ୍ରଶ୍ନପତ୍ରରେ ବିବାହର ସଂଜ୍ଞା (ୟରଲସଦ୍ଭସଗ୍ଧସକ୍ଟଦ୍ଭ କ୍ଟଲ ଜ୍ଞବକ୍ସକ୍ସସବଶର) ଲେଖିବାକୁ ପଡିଥିଲା । ହେଲେ ଛାତ୍ରଜଣକ ବିବାହକୁ ନେଇ ଏଭଳି କିଛି ଲେଖିଲେ ଯାହାକୁ ପଢିଲେ ଆପଣ ବି ହସି ହସି ବେଦମ ୍ ହେବେ । ଯାହାକୁ ପଢିବା ପରେ ଶିକ୍ଷକ ବର୍ଦ୍ଦାସ୍ତ କରିପାରିନଥିଲେ । ୧୦ରୁ ଜିରୋ ମାର୍କ ଦେବା ସହ ଯାହା ରିମାର୍କ ଦେଲେ ତାହା ଆପଣ ଫଟୋରେ ଦେଖିପାରୁଥିବେ । ହେଲେ ଏହି ଉତ୍ତରକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ପଢି ନେଟିଜେନ୍ସ ହସି ହସି ଗଡୁଛନ୍ତି ।

ସାମାଜିକ ବିଜ୍ଞାନ ପ୍ରଶ୍ନର ଉତ୍ତରରେ ଛାତ୍ର ଜଣକ ନିଜ ଅନ୍ଦାଜରେ ଉତ୍ତର ଲେଖିଥିଲେ । ଲେଖିଲେ, ‘ ବିବାହ ସେତେବେଳେ ହୁଏ ଯେତେବେଳେ ଝିଅର ବାପା, ମା’ ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି, ଆମେ ଆଉ ତୋତେ ରଖି ଖୁଆଇ ପାରିବୁନି । ଭଲ ହେବ ତୁ ଏବେ ଯାଇ ଏଭଳି ଜଣେ ବ୍ୟକ୍ତିକୁ ଖୋଜ ଯିଏ ତୋତେ ଖାଇବାକୁ ଦେଇପାରିବ । ଏହାପରେ ଝିଅ ଯାଇ ଜଣେ ଏଭଳି ପୁଅକୁ ଭେଟେ ଯାହାର ବାପା, ମା’ ତା’ର ବାହାଘର କରାଇବାକୁ ଚାହାଁନ୍ତି’ । ଏହି ଉତ୍ତରରେ ଶିକ୍ଷକ ଛାତ୍ରକୁ ୧୦ରୁ ୦ ଦେବା ସହ ନନସେନ୍ସ ଲେଖିଥିଲେ । ପରେ ଯାଇ ତାଙ୍କୁ ଦେଖା କରିବାକୁ ବି ଶିକ୍ଷକ ଲେଖିଥିଲେ ।