କଂଗ୍ରେସ ସମର୍ଥିତ ୬୮୭ ପେଜକୁ ବନ୍ଦ କଲା ଫେସବୁକ୍ । ଜାଣନ୍ତୁ କାହିଁକି ଏଭଳି ବଡ ପଦକ୍ଷେପ ନେଲେ ଫେସବୁକ୍ କର୍ତ୍ତୃପକ୍ଷ

କଂଗ୍ରେସ ସମର୍ଥିତ ୬୮୭ ପେଜକୁ ବନ୍ଦ କଲା ଫେସବୁକ୍ । ଜାଣନ୍ତୁ କାହିଁକି ଏଭଳି ବଡ ପଦକ୍ଷେପ ନେଲେ ଫେସବୁକ୍ କର୍ତ୍ତୃପକ୍ଷ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେସବୁକ କଂଗ୍ରେସ ଦଳ ସହ ଯୋଡି ହୋଇଥିବା ୬୮୭ ପେଜକୁ ନିଜ ସାଇଟରୁ ହଟାଇ ଦେଇଛି । ଫେସବୁକ ପକ୍ଷରୁ କୁହାଯାଇଛି ଯେ, ଦେଶର ମୁଖ୍ୟ ବିରୋଧୀ ପାର୍ଟି କଂଗ୍ରେସ ସହ ସଂଯୁକ୍ତ ଏହି ପେଜ ଗୁଡିକରେ ବିନା ଅନୁମତିରେ ନିର୍ବାଚନ ସମ୍ପର୍କିତ ଖବର ପ୍ରକାଶିତ ହେଉଥିବାରୁ ଏହାକୁ ଡିଲିଟ କରାଯାଇଛି । ପ୍ରଥମ ଥର ପାଇଁ ଫେସବୁକ ପକ୍ଷରୁ କୌଣସି ବଡ ରାଜନୈତିକ ଦଳ ସହ ଯୋଡି ହୋଇ ରହିଥିବା ପେଜ ଗୁଡିକୁ ଡିଲିଟ କରାଯାଇଛି ।

ଫେସବୁକର କହିବା ଅନୁଯାୟୀ, ଏହି ଫେକ୍ ପେଜରେ ସ୍ଥାନୀୟ ଖବର ସହ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଆଲୋଚନା କରାଯାଉଥିଲା । ଫେସବୁକରେ ଏବେ ପ୍ରାୟ ୩୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଥିବା ବେଳେ ବିଭିନ୍ନ ସମୟରେ ଫେକ୍ ଆଇଡି କରି ବିଭିନ୍ନ ଗ୍ରୁପ ସହ ଯୋଡାଯାଉଛି । ଆଉ ଏହି ଆକାଉଣ୍ଟରୁ ହିଁ ବିଭିନ୍ନ ଗ୍ରୁପରେ ନିର୍ବାଚିତ ସମ୍ପର୍କିତ ଖବରକୁ ଭାଇରାଲ କରାଯାଉଛି ।

publive-image

ଫେସବୁକର ସାଇବର ସିକ୍ୟୁରିଟି ପଲିସିର ମୁଖ୍ୟଙ୍କ କହିବା ଅନୁଯାୟୀ, ଲୋକମାନେ ନିଜର ପରିଚୟ ଲୁଚାଇ ଫେକ୍ ଆକାଉଣ୍ଟରେ ଏଭଳି କାର୍ଯ୍ୟ କରୁଛନ୍ତିଚିନ୍ତୁ ଯାଞ୍ଚ ପରେ ଜଣାପଡିଥିଲା ଯେ, ଏହି ପେଜ ଗୁଡିକ କଂଗ୍ରେସର ଆଇଟି ସେଲ ସହ ଯୋଡି ହୋଇଛି । ତେଣୁ ଏହି ପେଜ ଗୁଡିକର ଅପବ୍ୟବହାର କରାଯାଉଥିବା ଜଣାପଡିବା ପରେ ଏହାକୁ ହଟାଇ ଦିଆଯାଇଛି । ଏପରିକି ପ୍ରମାଣ ସ୍ୱରୂପ ଫେସବୁକ ପକ୍ଷରୁ କିଛି ପୋଷ୍ଟ ମଧ୍ୟ ସେୟାର କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ଆଲୋଚନା କରାଯାଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନ କରିବାକୁ ଅପିଲ କରିବାକୁ କୁହାଯାଉଥିଲା ।

ରିପୋର୍ଟ ଅନୁସାରେ, ଫେସ୍ବୁକ୍ ପକ୍ଷରୁ ହୋଇଥିବା ତଦନ୍ତରୁ ଜାଣିବାକୁ ମିଳିଛି ଯେ କେତେକ ବ୍ୟବହାରକାରୀ ନକଲି ଆକାଉଣ୍ଟ୍ ବ୍ୟବହାର କରି ଫେସ୍ବୁକରେ କେବଳ ଏନଗେଜମେଣ୍ଟ୍ ବଢ଼ାଇବାର ପ୍ରୟାସ କରୁଛନ୍ତି। ଏପରି ନକିଲି ଆକାଉଣ୍ଟ୍ ବ୍ୟବହାର କରି ନିଜ ଦଳର ପ୍ରଚାର ପ୍ରସାର କରିବା ସକାଶେ ବ୍ୟବହାରକାରୀମାନେ ବିଭିନ୍ନ ଗ୍ରୁପ୍ ଜଏନ୍ କରିଥିବା ଜାଣିବାକୁ ମିଳିବା ପରେ କମ୍ପାନି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe