ବୋହି ଯାଉଥିବା ପାଣିକୁ ଯେଭଳି ପଥର କାଟି ପାରେ ନାହିଁ ଠିକ୍ ସେମିତି ମଣିଷ ଯେତେ ନିମ୍ନସ୍ତରରେ ରହିଲେ ମଧ୍ୟ ନିଜ ପ୍ରତିଭାକୁ ଲୁଚାଇ ପାରେନାହିଁ । ଆମେ ଏଠାରେ ଆପଣଙ୍କୁ ଜଣେ ଅଶିକ୍ଷିତ ଯୁବତୀଙ୍କ କଥା କହିବାକୁ ଯାଉଛୁ ଯେ ପାଠ ନପଢି ମଧ୍ୟ ଟେକ୍ନୋଲୋଜିକୁ ବ୍ୟବହାର କରି ପରିବେଶକୁ ଆବର୍ଜନାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି ।
ଏ ହେଉଛନ୍ତି ମହାରାଷ୍ଟ୍ରର ମାୟା ଖାଡଗେ । ଆର୍ଥିକ ଅଭାବ ଦୃଷ୍ଟିରୁ ମାୟାଙ୍କ ପାଠପଢାରେ ଡୋର ଲାଗିଥିଲା । ଲୋକଙ୍କ ଚିରାଫଟା ଲୁଗା ବୁଣି ସେ ନିଜ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ମାୟାଙ୍କୁ ଅଳିଆ ଆବର୍ଜନା ସ୍ଥାନ ଜମାରୁ ଭଲ ଲାଗୁନଥିଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଚାର କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ସେ ଗୁରୁତ୍ୱ ଦେଇ ନିଜ ଫୋନରେ ଅଳିଆ ଆବର୍ଜନା ଜମାଟ ବାନ୍ଧିଥିବା ସ୍ଥାନର ଫଟୋ ଉଠାଇ ଏବଂ ଭିଡିଓ କରି ବରିଷ୍ଠ ଅଧିକାରୀଙ୍କୁ ଏହା ଦେଖାଇବାରେ ସଫଳ ହେଉଥିଲେ । ଏହା ପରେ ପରେ ସେ ଲାପଟପ ଏବଂ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଜାଣିଲେ । ଭିଡିଓ ପ୍ରସ୍ତୁତ କରି ସେ ଲାପଟପରେ ଏହାକୁ ଏଡିଟ୍ କରି ଅଧିକାରୀଙ୍କୁ ଦେଖାଉଥିଲେ । ଏହାଦ୍ୱାରା ଅଳିଆ ଆବର୍ଜନା ପଡିରହୁଥିବା ସ୍ଥାନକୁ ସଫା କରିବା ପାଇଁ ଅଧିକାରୀଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରକ୍ରିୟା ଆରମ୍ଭ କରାଯାଉଥିଲା । ବର୍ତ୍ତମାନ ଆବର୍ଜନା ହଟାଇବା ପ୍ରସଙ୍ଗକୁ ନେଇ ମାୟାଙ୍କ ପାଖକୁ ଲୋକଙ୍କ ଭିଡ ଜମୁଛି । ଲୋକଙ୍କ ଗହଣରେ ଅଶିକ୍ଷିତ ମାୟା ଏବେ ସ୍ଥାନୀୟ ସାମ୍ବାଦିକ ଭାବେ ବେଶ୍ ଜଣାଶୁଣା ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-12-at-1.53.11-PM.png)