ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ଫେସବୁକ୍ ଓ ଇନଷ୍ଟ୍ରାଗ୍ରାମ । ସଙ୍କଟରେ ମାର୍କସ୍ ଜୁକରବର୍ଗ ।

ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ଫେସବୁକ୍ ଓ ଇନଷ୍ଟ୍ରାଗ୍ରାମ । ସଙ୍କଟରେ ମାର୍କସ୍ ଜୁକରବର୍ଗ ।

କନକ ବ୍ୟୁରୋ: ମେଟାର ସିଇଓ ମାର୍କସ୍ ଜୁକରବର୍ଗ ଏବେ ସଙ୍କଟରେ । ଗତ ବର୍ଷ ଅକ୍ଟୋବରରେ ଫେସବୁକ୍ ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବା ପରଠାରୁ କିଛି କାରଣ ପାଇଁ ଆର୍ଥିକ କ୍ଷତି ସହିଆସୁଛି । ତେଣୁ ଖୁବଶିଘ୍ର ନିଜର କିଛି ସେବା ବନ୍ଦ କରିଦେବାକୁ ସୂଚନା ଦେଇଛି ମେଟା । ଜୁକରବର୍ଗଙ୍କ କହିବା କଥା ହେଉଛି, ସେ ଚାହୁଁଛନ୍ତି ଯେ, ଲୋକେ ତାଙ୍କ କମ୍ପାନୀକୁ କେବଳ ଫେସବୁକ୍ ଭାବେ ନୁହେଁ ବରଂ ଏକ ମେଟାଭର୍ସ ଭାବେ ଜାଣନ୍ତୁ ଓ ଗ୍ରହଣ କରନ୍ତୁ । କିନ୍ତୁ ବୋଧହୁଏ ଏହାର ନୂଆ ନାଁ ବିଶ୍ୱବାସୀଙ୍କୁ ପସନ୍ଦ ଆସିନାହିଁ । ନାଁ ବଦଳାଇବା ପରେ ବି ବିବାଦ କମ୍ପାନୀର ପିଛା ଛାଡୁନାହିଁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଜୁକରବର୍ଗ ।ତେବେ ସେବା ଗୁଡିକ ୟୁରୋପୀୟ ଦେଶ ମାନଙ୍କ ବଞତୀତ ଅନ୍ୟ କେଉଁ ଦେଶରେ ବନ୍ଦ ହେବ ସେନେଇ କିଛି ସୂଚନା ଦିଆଯାଇନାହିଁ ।

କମ୍ପାନୀ ଏବେ ବଡ ନିଷ୍ପତ୍ତି ନେବା ପଛରେ ରହିଛି ଏହି କାରଣ । ଏକ ବୟାନ ଦେଇ ମେଟା ପକ୍ଷରୁ କୁହାଯାଇଛି ଯେ, ଯଦି ଅନ୍ୟ ଦେଶମାନଙ୍କ ସହିତ ୟୁରୋପିୟାନ୍ ୟୁଜର୍ସ ମାନଙ୍କର ଡାଟା ସେୟାର କରିବାକୁ ଅନୁମତି ନମିଳେ ତେବେ ନିଜର କିଛି ସେବା ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହେବ । କିଛି ଦେଶର ୟୁଜର୍ସଙ୍କ ଡାଟା ସେୟାର କରିବାକୁ ଅନୁମତି ମିଳିନଥିବାରୁ କମ୍ପାନୀକୁ ଘୋର ଆର୍ଥିକ ସଙ୍କଟର ସାମନା କରିବାକୁ ପଡୁଛି । ୨୦୨୨ରେ କମ୍ପାନୀ ଉପରେ ଡାଟା ସେୟାର ନେଇ କିଛି ନୂଆ ନିୟମ ଲାଗିଛି । ହେଲେ ଏହି ନିୟମ ପରେ ଯଦି କମ୍ପାନୀ ତଥ୍ୟ ସେୟାର ସୁବିଧା ନମିଳେ ତେବେ କମ୍ପାନୀକୁ ଫେସବୁକ୍ , ଇନଷ୍ଟାଗ୍ରାମ ସମେତ ନିଜର ଅନ୍ୟ କିଛି ସେବାକୁ ବନ୍ଦ କରିବାକୁ ପଡିବ ବୋଲି ସୂଚନା ଦିଆଯାଇଛି ।

କହିରଖୁଁ କି, ଏଯାଏଁ ମେଟା ୟୁରୋପୀୟ ୟୁଜର୍ସଙ୍କ ତଥ୍ୟକୁ ଆମେରିକା ସର୍ଭରରେ ଷ୍ଟୋର କରି ରଖୁଥିଲା ହେଲେ ୨୦୨୨ର ନୂଆ ନିୟମ ଅନୁସାରେ ଏହି ତଥ୍ୟ ସବୁକୁ ସେୟାର କରିବା ଉପରେ ରୋକ ଲାଗିଛି । ଏସବୁ କାରଣ ଯୋଗୁଁ ଗତ କିଛି ମାସ ମଧ୍ୟରେ ୧୦, ୩ ବିଲିୟନ୍ ଡଲାର ଅର୍ଥାତ ୭୭,୧୦୧ କୋଟି ଟଙ୍କାର କ୍ଷତି ସହିଛି କମ୍ପାନୀ । ଗତ ୧୪ ବର୍ଷ ଧରି ଜୁକରବର୍ଗଙ୍କୁ ବିଫଳତାର ସାମନା କରିବାକୁ ପଡୁଛି । ଏଥିପାଇଁ ସେ ୟୁଜର୍ସମାନଙ୍କୁ ଲଗାତାର କ୍ଷମା ମାଗିଆସୁଛନ୍ତି । ୨୦୦୪ରେ ଫେସବୁକ୍ ଲଞ୍ଚ କରିବା ପରେ କମ୍ପାନୀ ଲଗାତାର ବିବାଦରେ ରହିଆସୁଛି । କେବେ ଡାଟା ପ୍ରାଇଭେସିକୁ ନେଇ ତ ଆଉ କେବେ ପକ୍ଷପାତିତାକୁ ନେଇ । ବିବାଦରେ ଫେସବୁକର ପୁରୁଣା ସମ୍ପର୍କ କହିଲେ ଭୁଲ ହେବ ନାହିଁ । କିଛି ବିଶେଷଜ୍ଞଙ୍କ କହିବା ମୁତାବକ, ଫେସବୁକ୍ ନାଁରେ ଏତେ ବିବାଦ ଯୋଡିହୋଇଥିଲା ଯେ, କମ୍ପାନୀ ବାଧ୍ୟ ହୋଇ ନିଜ ନାଁ ବଦଳାଇ ‘ମେଟା’ ରଖିଲା । ହେଲେ ଏବେବି ବିବାଦ ଥମୁନଥିବାରୁ ଏହାର ସିଇଓ ଜୁକରବର୍ଗ ସଙ୍କଟର ସାମନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe