କନକ ବ୍ୟୁରୋ: ତାଲିବାନ୍ ଆଫଗାନିସ୍ତାନକୁ ଅକ୍ତିଆର କରିନେବା ପରେ ଏବେ ଚିନ୍ତାରେ ପଡିଛନ୍ତି ୟୁଟ୍ୟୁବ୍, ଫେସବୁକ୍ ଓ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମ । ଏହି ସାଇଟ୍ ଗୁଡିକରେ ତାଲିବାନ ସପକ୍ଷରେ କିମ୍ବା ବିପକ୍ଷରେ କୌଣସି ଖବର ପ୍ରକାଶ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ତାଲିବାନ୍ ଏକ ଆତଙ୍କବାଦୀ ସଂଗଠନ ହୋଇଥିବାରୁ ଏହା ଉପରେ କଟକଣା ଜାରି କରିଥିଲା ଜାତିସଂଘ । ବର୍ତ୍ତମାନ ଗୋଟିଏ ପରେ ଗୋଟେ ରାଷ୍ଟ୍ର ତାଲିବାନକୁ ସାହାଯ୍ୟ କରିବାକୁ କହୁଥିବାବେଳେ ଏହି ଗଣମାଧ୍ୟମ ଗୁଡିକର ଆଭିମୁଖ୍ୟ କିପରି ହେବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । /kanak/media/post_attachments/wp-content/uploads/2021/08/aa-1.jpg)
ଫେସବୁକ୍ ଓ ୟୁଟୁବ୍ ତାଲିବାନକୁ ନିଜ ସାଇଟରୁ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଟ୍ୱିଟର ବିଧିବଦ୍ଧ ଭାବେ ନିଜର ମତ ସ୍ପଷ୍ଟ କରିନାହିଁ । ତଥାପି ଆଗାମୀ ଦିନରେ ତାଲିବାନ ସମ୍ପର୍କିତ ସମସ୍ତ ଆକାଉଣ୍ଟକୁ ବନ୍ଦ କରିବାକୁ ଟ୍ୱିଟର ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/8-21.jpg)