ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । 

Advertisment
ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । 

କନକ ବ୍ୟୁରୋ: ଗାଳିଗୁଲଜ ଠାରୁ ଆରମ୍ଭ କରି ଘୃଣା, ଦ୍ୱେଶ, ହିଂସା ସୃଷ୍ଟି କରୁଥିବା ପୋଷ୍ଟ ସୋସିଆଲ୍ ମିଡିଆରେ ନିତିଦିନିଆ ଘଟଣା ହୋଇଯାଇଥିଲା । କୌଣସି ଅଂକୁଶ ନଥିବାରୁ ଯିଏ ଯାହା ଚାହୁଁଥିଲା ମନଇଚ୍ଛା ପୋଷ୍ଟ କରୁଥିଲା । ଏବେ ଏହା ଉପରେ ଲାଗିବ ରୋକ୍ ।

ନେଟ୍ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍, ହଟ୍ଷ୍ଟାର, ଅଲ୍ଟ ବାଲାଜୀ ଭଳି ଓଟିଟି ଫ୍ଲାଟଫର୍ମର ସିରିଜର ଲୋକପ୍ରିୟତା ଆମ ଦେଶରେ ଯେତିକି ବଢ଼ୁଛି, ଏହି ସିରିଜ୍ଗୁଡିକରେ ହିଂସା, ଯୌନାଚାର ଓ ଅଶ୍ଳୀଳ ଭାଷା ପ୍ରୟୋଗ ସେତିକି ବଢିବାରେ ଲାଗିଛିି । ଏହି କ୍ଷେତ୍ରରେ ପରସ୍ପରଠାରୁ ଟପି ଯିବାକୁ ସତେଯେପରି ପ୍ରତିଯୋଗିତା ଚାଲିଛି ।

ଲଗାମ ଛଡ଼ା ହୋଇ ପଡିଥିବା ଓଟିଟି ପ୍ଲାଟଫର୍ମ ଓ ସୋସିଆଲ୍ ମିଡିଆକୁ ବେପରୁଆ ଭାବେ ବ୍ୟବହାର କରୁଥିବା ଲୋକ ଓ ସଂଗଠନ ଉପରେ ଏଣିକି କଟକଣା ଲାଗିବ । ପ୍ରତ୍ୟେକ ବିଷୟବସ୍ତୁ ପାଇଁ ସେମାନଙ୍କୁ ଉତରଦାୟୀ ହେବାକୁ ପଡ଼ିବ । ଗାଇଡ୍ଲାଇନ୍ସ ରିଲିଜ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭେଡକର ।

ନଜର ପକାନ୍ତୁ କ’ଣ ରହିଛି ସୋସିଆଲ୍ ମିଡିଆ ଗାଇଡଲାଇନ୍ସ ରେ –

ଅଭିଯୋଗର ସମାଧାନ ପାଇଁ ତିନିସ୍ତରୀୟ ବ୍ୟବସ୍ଥା

ପବ୍ଲିସରଙ୍କୁ ନେଇ ପ୍ରାଥମିକ ବ୍ୟବସ୍ଥା

ଦ୍ୱିତୀୟ ସ୍ତରରେ ସ୍ୱୟଂ ନିୟନ୍ତ୍ରଣ ବ୍ୟବସ୍ଥା

ତୃତୀୟ ସ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ଚିଫ୍ କମ୍ପ୍ଲିଆନ୍ସ ଅଫିସର, ନୋଡାଲ୍ କଂଟାକ୍ଟ ପର୍ସନ, ଜଣେ ରେସିଡେଂଟ ଅଫିସର ନିଯୁକ୍ତ କରିବେ ଓଟିଟି ଫ୍ଲାଟଫର୍ମ

ସ୍ୱୟଂ ନିୟନ୍ତ୍ରଣ ବ୍ୟବସ୍ଥାର ମୁଖ୍ୟ ହେବେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତି

କୋର୍ଟ ଅର୍ଡର କିମ୍ବା ସରକାରୀ ନିର୍ଦ୍ଦେଶ ହେଲେ ଟ୍ୱିଟ୍ କିମ୍ବା ମେସେଜ୍ର ମୂଳ ଉତ୍ପତି ଜଣାଇବାକୁ ସୋସିଆଲ୍ ମିଡିଆ ବାଧ୍ୟ

ସୋସିଆଲ୍ ମିଡିଆ ମଧ୍ୟସ୍ଥିଙ୍କ ନାଁ ଓ ନମ୍ବର ଖୁବଶୀଘ୍ର ଜଣାଇବେ କେନ୍ଦ୍ର ସରକାର

ମଧ୍ୟସ୍ଥିମାନେ ୨୪ ଘଂଟା ମଧ୍ୟରେ ଅଭିଯୋଗର ପଂଜିକରଣ କରିବେ

୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ

୩ ମାସ ପରେ ଏହି ଗାଇଡଲାଇନ୍ସ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏବେ ଭାରତରେ ୫୩ କୋଟି ହ୍ୱାଟ୍ସଆପ୍, ୪୫ କୋଟି ୟୁ-ଟ୍ୟୁବ, ୪୧ କୋଟି ଫେସବୁକ୍, ୨୧ କୋଟି ଇନ୍ଷ୍ଟାଗ୍ରାମ୍, ୧ କୋଟି ୭୫ ଲକ୍ଷ ଟ୍ୱିଟର ବ୍ୟବହାରକାରୀ ରହିଛନ୍ତି, ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe