କନକ ବ୍ୟୁରୋ : ଭୁଲ ଖବର ଦେବା ପଡ଼ିବ ମହଙ୍ଗା । ସୋସିଆଲ ମିଡିଆରେ ଭୁଲ ଖବର ପ୍ରଚାର କଲେ ଚାଲିବ ଅପରାଧିକ ମାମଲା । ଏନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏକ ବରିଷ୍ଠ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି । ପ୍ରତ୍ୟକ ଜିଲ୍ଲାର ଏସପିଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରିବା ପାଇଁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି ।
କେନ୍ଦ୍ର ଗୃହ ସଚିବ ରାଜୀବ ଗସବାଙ୍କ ନେତୃତ୍ୱରେ ଗଠିତ କମିଟି ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂହକୁ ଏକ ରିପୋର୍ଟ ପ୍ରଦାନ କରିଛିନ୍ତି । ସୋସିଆଲ ମିଡିଆରେ ଭୁଲ୍ ଖବର ପଚାର କରାଗଲେ ସୋସିଆଲ ମିଡିଆ କମ୍ପାନୀଙ୍କ ଉପରେ ମାମଲା ଲାଗୁ ହେବ । ତେବେ ଏହା ଏବେ କେବଳ ସୁପାରିଶ ଓ ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତିି ନେଇ ନାହାନ୍ତି ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/fakenews_aug21.jpg)
/kanak/media/post_attachments/wp-content/uploads/2018/09/rajnath-singh759-1-300x167.jpg)
/kanak/media/post_attachments/wp-content/uploads/2018/09/fake_news-300x158.png)