କନକ ବ୍ୟୁରୋ: ତୁନିଶା ଶର୍ମା କେସ୍ ଥମିନଥିବାବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କୁହାଯାଉଥିବା ୨୨ ବର୍ଷୀୟା ଲୀନା ନାଗବଂଶୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଲୀନାଙ୍କ ମୃତ ଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ତନାଘନା ଚଳାଇଛି ପୁଲିସ ।

Advertisment

ଏଣ୍ଟରଟେନମେଣ୍ଟ ଜଗତରେ ଅପମୃତ୍ୟୁ ମାମଲା ଥମିବାର ନାଁ ନେଉନି । ନିକଟରେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ଏବେଯାଏଁ ଜଣାପଡିନଥିବାବେଳେ ଆଉ ଜଣେ ଯୁବତୀ ଲୀନା ନାଗବଂଶୀଙ୍କ ମୃତ୍ୟୁ ହୋଇଛି । ଛତିଶଗଡ ରାୟଗଡ ଜିଲ୍ଲା ଚକ୍ରଧର ନଗର କେଲୋ ବିହାରର କଲୋନୀରେ ଥିବା ନିଜ ଘରୁ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଛି ।

ଲୀନା ନାଗବଂଶୀ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିଲେ । ସେ କଲେଜରେ ପଢୁଥିଲେ । ତାଙ୍କର ୧୧୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି । ତାଙ୍କୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି କୁହାଯାଏ । ଆଜି ତାଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏପଟେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।