କୃଷକଙ୍କ ରୋଜଗାରର ବାଟ ଦେଖାଇଲା ସୋସିଆଲ୍ ମିଡିଆ ! ନିଜର କୃଷିଜାତ ଦ୍ରବ୍ୟକୁ ତିନି ଗୁଣାରେ ବିକିଲେ କୃଷକ ।

35

ବୁଦ୍ଧି ଥିଲେ ଉପାୟ ଆପେ ମିଳେ ଲୋକକଥାଟି ଅହମ୍ମଦାବାଦର ଜଣେ କୃଷକ ଶତୃଘ୍ନ ଶର୍ମାଙ୍କ ପାଖରେ ସତ ସାବ୍ୟସ୍ତ ହୋଇଛି । ଗୁଜୁରାଟର ଜଣେ କୃଷକ ଏକ ଅଭିନବ ଉପାୟ ବାହାର କରି ନିଜ ବ୍ୟବସାୟକୁ ବଢାଇବାରେ ସଫଳ ହୋଇଛନ୍ତି । ସେ କେବଳ ନିଜ ବ୍ୟବସାୟକୁ ବଢାଇନାହାନ୍ତି ଅନ୍ୟ କୃଷକଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି । ବିଭିନ୍ନ ସୋସିଆଲ୍ ସାଇଟ୍ ବ୍ୟବହାର କରି ସେ ଉତ୍ପାଦନ କରୁଥିବା ପରିବା ଏବଂ ଶସ୍ୟକୁ ଏହି ସାଇଟରେ ବିକ୍ରି କରିଥାନ୍ତିି । ସେ ୱାଟସଆପ, ଫେସବୁକ୍, ଟ୍ୱିଟର,ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଆଦି ବ୍ୟବହାର କରି ଉତ୍ପାଦନ ହେଉଥିବା ପରିବା ଆଗରୁ ବୁକିଂ କରିଥାନ୍ତି । ଧାନ.କୋଳଥ,ଯଅ ଆଦି ଋତୁ ପୂର୍ବରୁ ସେ ବୁକିଂ କରିଥାଆନ୍ତି ।

ଏହି କୃଷକ ଜଣକ ହେଉଛନ୍ତିି ଜୁନାଗଡ ଜିଲ୍ଲାର ରସିକଭାଇ ଦୋଗା । ପୁର୍ବରୁ ସେ ବଡ ବଡ ବ୍ୟବସାୟୀ ଏବଂ ମଲରେ ପରିବା ବିକ୍ରି କରୁଥିଲେ କିନ୍ତୁ ଆଧୁନିକ ଜ୍ଞାନକୌଶଳ ବିଷୟରେ ଜାଣିବା ପରେ ସେ ଏହି ମାଧ୍ୟମକୁ ବ୍ୟବହାର କରି ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ଏହାଦ୍ୱାରା ତାଙ୍କର ବ୍ୟବସାୟରେ ଖୁବ୍ ଲାଭ ମଧ୍ୟ ହେଲା । ସେ ସୋସିଆଲ୍ ମିଡିଆରୁ ହିଁ ଗ୍ରାହକଙ୍କ ଠାରୁ ଆଡଭାନ୍ସ ବୁକିଂ ରଖିନିଅନ୍ତି ।