ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ବୟାନ, ଯେକୌଣସି ଦଳକୁ ଜିତାଇ ପାରିବେ ସୋସିଆଲ ମିଡିଆ କମ୍ପାନୀ। 

118

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତରେ ଯେକୌଣସି ଦଳକୁ ସୋସିଆଲ ମିଡିଆ କମ୍ପାନୀ ଜିତାଇ ପାରିବେ । ଯଦି ଇଭିଏମ ସୁରକ୍ଷିତ ଥାଏ , ତେବେ ଫେସବୁକ, ଟୁଇଟର ଭଳି ବଡ ବଡ ସାମାଜିକ ଗଣମାଧ୍ୟମ କମ୍ପାନୀ ଯେକୌଣସି ରାଜନୈତିକ ଦଳକୁ ଜିତାଇଦେବେ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ।  ରାହୁଲଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି ।

କାହାର ନା ନନେଇ ରାହୁଲ କହିଛନ୍ତି, ସମାଜରେ ଅଶାନ୍ତି ସୃଷ୍ଟି କରିବା ଉଦେଶ୍ୟରେ ସାମ୍ପ୍ରଦାୟିକତା ହିଂସାକୁ ସ୍ୱତନ୍ତ୍ର ଅସ୍ତ୍ର ଭାବେ ବ୍ୟବାହାର କରାଯାଉଛି । ଏହା ପଛରେ ଏକ ବିଚାରଧାରା ଏବଂ ତାଙ୍କ ନେତା ରହିଥିବା କହିଛନ୍ତି ଏହି କଂଗ୍ରେସ ସାଂସଦ । ରାହୁଲ ଗାନ୍ଧୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, ଯଦି ସୋସିଆଲ ମିଡିଆ ଦ୍ୱାରା ନିର୍ବାଚନ ଜିତି ହୁଅନ୍ତା, ତେବେ କଂଗ୍ରେସ କେବେଠୁ ସରକାରରେ ଥାଆନ୍ତା ।

ଗୁଜରାଟ ବିଧାନସଭା ନିର୍ବାଚନ ଡିସେମ୍ବର ପ୍ରଥମ ସପ୍ତାହରେ ହେବାର ଥିବା ବେଳେ ଡିସେମ୍ବର ୮ ତାରିଖରେ ହିମାଚଳ ସହ ଗୁଜରାଟ ବିଧାନସଭା ଫଳାଫଳ ପ୍ରକାଶ ପାଇବ । ଏହି ଦୁଇଟି ରାଜ୍ୟର ଭୋଟରଙ୍କ ମୁଡ ୨୦୨୪ ସାଧାରଣ ନିର୍ବାଚନରେ ବଡ ଭୂମିକା  ନିଭାଇବ ।