କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

କନକ ବ୍ୟୁରୋ : ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ।

ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଜେଏସପି ଏହାର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତିକରଣ କରିବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ରାଜ୍ୟ ତଥା ଦେଶ ପାଇଁ କ୍ରୀଡା ପଦକ ଜିତିବାରେ ସକ୍ଷମ କରିବା ପାଇଁ ଅଗ୍ରଣୀ ତଥା ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଆସୁଛି । ଏହି ପୁରସ୍କାର, ଦେଶରେ କ୍ରୀଡା ଭିତ୍ତିଭୂମି ବୃଦ୍ଧି କରିବା ଓ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଜେଏସପିର ପ୍ରତିବଦ୍ଧତାର ଅନ୍ୟତମ ପ୍ରମାଣ ।

ଏହି ଅବସରରେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍, ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଲୋକଙ୍କୁ ପ୍ରେରଣା ଯୋଗାଇବା, ସଶକ୍ତିକରଣ ଏବଂ ଏକଜୁଟ କରିବାରେ କ୍ରୀଡ଼ାର ପ୍ରଭାବି ସମ୍ଭାବନା ଉପରେ ଆମେ ବିଶ୍ୱ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe