ଭୁବନେଶ୍ୱରରେ ଏମିତି ଚାଲିଛି ଲକଡାଉନ: ତାଲାବନ୍ଦ ନିୟମକୁ ଫୁ…ନୟାପଲ୍ଳୀ ଅଂଚଳରେ ସାମାଜିକ ଦୂରତାକୁ ମାନୁ ନାହାଁନ୍ତି ଲୋକେ

ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଭିଡ

607

କନକ ବ୍ୟୁରୋ: ଭୁବଶ୍ୱରରେ ଏମିତି ଚାଲିଛି ଲକଡାଉନ । ଭୁବନେଶ୍ୱରରେ ରାଜ୍ୟର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହଟସ୍ପଟ ଘୋଷଣା କରାଯାଇଛି । ସେଥିପାଇଁ ସହରରେ ତାଲାବନ୍ଦ ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଉଛି । ଏପରିକି ନିୟମ ଉଲଂଘନକାରୀଙ୍କ ବିରୋଧରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ହେଲେ ନୟାପଲ୍ଲୀ ଅଂଚଳରେ ଆଜି ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଆସିଥିବା ଲୋକମାନେ ସାମାଜିକ ଦୂରତାକୁ ଫୁରେ ଉଡାଇ ଦେଇଛନ୍ତି । ଧାଡି ଦେଇଥିଲେ ମଧ୍ୟ ସର୍ବନିମ୍ନ ବ୍ୟବଧାନ ରଖୁନାହାଁନ୍ତି ।

ଅନ୍ୟପଟେ, ଆଜିଠାରୁ ଗଂଜାମରେ କିଛି ପରିମାଣରେ କଟକଣା କୋହଳ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା କୋହଳ କରାଯାଇଛି । ଆଜିଠାରୁ ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହି । ଦିନ ରାତି ଦୋକାନ ଖୋଲା ରହିବ । ହେଲେ ସାମାଜିକ ଦୂରତା ରକ୍ଷା କରାନଗଲେ ସେହି ଦୋକାନକୁ ବନ୍ଦ କରିଦିଆଯିବ । ଔଷଧ, ସାର, ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ବୁଲା ବିକାଳି ବିକ୍ରି କରିପାରିବେ ନାହିଁ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରିବାକୁ ମନା କରାଯାଇଛି । ଅତି ଆବଶ୍ୟକ କାମ ଥିବା ଲୋକ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ନ ପିନ୍ଧିଥିଲେ କିମ୍ବା ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି ସକାଳୁ ସକାଳୁ ଜିଲ୍ଲାପାଳ ସହରର ବିଭିନ୍ନ ଅଂଚଳ ବୁଲି ସ୍ଥିତି ପରଖିଛନ୍ତି ।