କନକ ବ୍ୟୁରୋ: କରୋନା ସମୟରେ ନିର୍ବାଚନ କେମିତି କରାଯିବ, ସେନେଇ ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବେ । ନିର୍ବାଚନ ହେଉଥିବା ଘର କିମ୍ବା କୋଠରୀରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବ । ସାମାଜିକ ଦୂରତା ରକ୍ଷା କରି ସବୁ କାର୍ଯ୍ୟ କରାଯିବ । ନିର୍ବାଚନ କମିଶନ ଏହି ଗାଇଡଲାଇନ୍ ଜାରି କରି କହିଛନ୍ତି ସବୁ ରାଜ୍ୟ, ଜିଲ୍ଲା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳିରେ ଜଣେ ଜଣେ ନୋଡାଲ ହେଲ୍ଥ ଅଫିସର ନିଯୁକ୍ତି କରାଯିବ । ସେମାନେ କୋଭିଡ ସଂପର୍କୀତ ସବୁ ବ୍ୟବସ୍ଥାକୁ ତଦାରଖ କରିବେ । ଏବଂ କରୋନା ପଜିଟିଭ ବାକ୍ତିମାନେ ଶେଷରେ ଆସି ଭୋଟ ଦେଇପାରିବେ ।

Advertisment

publive-image

କରୋନା ସମୟରେ ନିର୍ବାଚନକୁ ଗ୍ରୀନ ସିଗନାଲ ଦେଇ ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକାରେ କୁହାଯାଇଛି, ନିର୍ବାଚନ ହେବ କିନ୍ତୁ କଟକଣା ଭିତରେ । ନାମାଙ୍କନ ଠାରୁ ଆରମ୍ଭ କରି ଭୋଟ ଗଣତି ଯାଏଁ କରୋନା ଗାଇଡଲାଇନ୍ ଅନୁସାରେ ସବୁ କିଛି କରାଯିବ ।

publive-image

ନିର୍ବାଚନ ଆଗରୁ ଏଭଳି ନିର୍ବାଚନୀ ସଭା ଅତି ସ୍ୱାଭାବିକ କଥା । କିନ୍ତୁ ଏଥର ଏମିତି ନିର୍ବାଚନୀ ସଭା ହେବ ନାହିଁ । ଯେଉଁ ପଡିଆରେ ନିର୍ବାଚନୀ ସଭା ହେବ ତାହା ଜିଲ୍ଲା ନିର୍ବାଚନ ଅଧିକାରୀ ତଦାରଖ କରିବେ ଏବଂ କୋଭିଡ ନିୟମ ପାଳନ ପାଇଁ ସବୁ ବ୍ୟବସ୍ଥା ରହିବ । ପଡିଆ ଭିତରେ ସାମାଜିକ ଦୂରତା ବଜାର ରଖିବା ପାଇଁ ଚିହ୍ନ ଦିଆଯିବ । ସେହିଭଳି ବିଭିନ୍ନ କଟକଣା ଭିତରେ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯିବ

୧. କରୋନା ଆକ୍ରାନ୍ତ ବ୍ୟକ୍ତି ଶେଷରେ ଯାଇ ଭୋଟ ଦେଇପାରିବେ କିମ୍ବା ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ ଦେବେ

୨. ଅନଲାଇନରେ ନେତା ନାମାଙ୍କନ ପତ୍ର ଦାଖଲ କରିବେ

୩. ଅନଲାଇନରେ ସତ୍ୟପାଠ କରିବେ ନେତା

୪. ମାତ୍ର ୫ ଜଣଙ୍କୁ ନେଇ ନେତା ଘରକୁ ଘର ଯାଇ କ୍ୟାମ୍ପେନ କରିପାରିବେ

୫. ରୋଡ-ସୋ’ରେ ଏକାଥରକେ ୫ଟି ଗାଡି ଯାଇପାରିବ

୬. ପଡିଆରେ ନିର୍ବାଚନୀ ସଭା ବେଳେ ସ୍ରୋତାଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ

୭. ଜିଲ୍ଲାର ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଜିଲ୍ଲ୍ାରେ ନିର୍ବାଚନ ଗତିବିଧିରେ କୋଭିଡ ନିୟମ ଉପରେ ନଜର ରଖିବେ

୮. ନିର୍ବାଚନ ସଂପର୍କୀତ ସବୁ ଗତିବିଧିରେ କୋଭିଡ ନିୟମ ପାଳନ ହେବ

୯. ଏହି ନିୟମ ଭାଙ୍ଗିଲେ ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠନ ନିଆଯିବ