ଭୁବନେଶ୍ୱରରୁ ଅମରାବତୀ ପଦଯାତ୍ରାରେ ବାହାରିଲେ ସମାଜସେବୀ : ଓଡ଼ିଶା ଓ ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ପାଇଁ ପହଞ୍ଚାଇବେ ବାର୍ତ୍ତା

ଦେଢ ମାସରେ ଅତିକ୍ରମ କରିବେ ୮୦୦ କିଲୋମିଟର

55

କନକ ବ୍ୟୁରୋ : ଭୁବନେଶ୍ୱର ରୁ ଅମରାବତୀ । ପଦଯାତ୍ରାରେ ବାହାରିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନର ବାର୍ତା ପହଁଚାଇବା ପାଇଁ ମୁକ୍ତିକାନ୍ତ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଗାନ୍ଧି ଜୟନ୍ତୀରୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ୮୦୦ କିଲୋମିଟର ସଚେତନତା ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଅତିକ୍ରମ କରିବା ପାଇଁ ମୁକ୍ତିକାନ୍ତଙ୍କୁ ୪୦ରୁ ୫୦ ଦିନ ସମୟ ଲାଗିବ । ପଦଯାତ୍ରା ଜରିଆରେ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତି ବାର୍ତା ଦେବା ପାଇଁ ସେ ଉଦ୍ଦେଶ୍ୟ ରଖିଛନ୍ତି । ଆଲୋଚନା ଜରିଆରେ କିଭଳି ସୀମା ବିବାଦର ସମାଧାନ ବାଟ ବାହାରିପାରିବ ସେ ଯୋଜନା କରି ମୁକ୍ତିକାନ୍ତ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି ।