ସିଂଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା : ଧାରଣାସ୍ଥଳରେ କୋଭିଡ଼ ନିୟମ ମାନୁନଥିବା ଅଭିଯୋଗ

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ ସଂଗଠନ

130

କନକ ବ୍ୟୁରୋ : ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ଏଫଆଇଆର ।ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୯ ନଭେମ୍ବରରେ କୃଷକମାନେ ଲାମପୁର ସୀମା ଦେଇ ଜୋରଜବରଦସ୍ଥି ଦିଲ୍ଲୀ ଭିତରକୁ ପଶି ଆସିଥିଲେ ଓ ସେହିଦିନଠାରୁ ସିଂଘୁ ସୀମାର ନିଷିଧାଂଚଳରେ ଆନ୍ଦୋଳନ ଜାରି ରଖିଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୬ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ସରକାର ଆଇନରେ ସଂଶୋଧନ ଆଣିବାକୁ ରାଜି ଥିଲେ ମଧ୍ୟ ଆଇନ ପ୍ରତ୍ୟାହାର କରିବାକୁ ଖୋଲାଖୋଲି ମନା କରି ଦେଇଛି । ଯାହାକୁ ନେଇ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।