ଆଇପିଏଲ୍ ଟକ୍କର: ଚେନ୍ନାଇକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ।

75

କନକ ବ୍ୟୁରୋ: ଚେନ୍ନାଇ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ ରାଇଡର୍ସ । ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ ସତ୍ୱେ ଦଳ ୨୦ ଓଭର ଖେଳି ୧୬୭ ରନରେ ଅଟକିଛି । ତେବେ ପ୍ରଥମରୁ ଟସ୍ ଜିତି କୋଲକାତା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ବ୍ୟାଟିଂ କରୁଥିବାବେଳେ ଖେଳର ଶେଷ ଆଡକୁ ଧୋନୀ ବାହିନୀ ଘାତକ ବୋଲିଂ କରିଥିଲା ।

ତେବେ ଚେନ୍ନାଇ ପୂର୍ବ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ଏହି ବିଜୟ ଧାରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ଆଉ କୋଲକାତା ଦେଇଥିବା ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେନ୍ନାଇ ପଡ଼ିଆକୁ ଓହ୍ଲାଇବ । ତେବେ କୋଲକାତା ମଧ୍ୟ ବୋଲିଂ ଭଲ ଥିବାରୁ ଦୁବାଇର ଅବୁଧାବୀ ଷ୍ଟାଡିୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସଙ୍କ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ ପ୍ରଶଂସକ ଆଶା ରଖିଛନ୍ତି ।