ଓଡିଶାରେ ଏଯାଏଁ ଆସି ନାହିଁ ତୃତୀୟ ଲହର : ଡିଏମଇଟି କହିଲେ, ଏଯାଏଁ ଦେଖାଯାଇନାହିଁ କୌଣସି ଲକ୍ଷଣ; କେବେ ଆସିବ ଓ କ’ଣ ରହିବ ପ୍ରଭାବ ନାହିଁ ସୂଚନା

81

କନକ ବ୍ୟୁରୋ : ଓଡିଶାରେ ଏଯାଏଁ କରୋନାର ତୃତୀୟ ଲହର ଲକ୍ଷଣ ଦେଖାଯାଇ ନାହିଁ । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କିଭଳି ରହିବ, ସେନେଇ ମଧ୍ୟ ବିଶେଷ ସୂଚନା ମିଳିନାହିଁ ।

ତେବେ ଏବେ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି, ଏହି ଟ୍ରେଣ୍ଡ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖା ଯାଇଛି । ତେଣୁ ଏବେ ବି ମାହାମରୀ ଗାଇଡଲାଇନ୍କୁ ପାଳନ କରିବାର ଆବଶ୍ୟକତା ରହିଛି । ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦେବାର ଆବଶ୍ୟକତ ଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେପଟେ, ରାଜ୍ୟରେ ବର୍ତ୍ତମାନ ତଳମୁହାଁ ରହିଛି କରୋନା ସଂକ୍ରମଣ । ଲଗାତର ଭାବେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି । ତଥାପି ଆଗାମୀ ୨ରୁ ୩ ସପ୍ତାହ ସତର୍କ ରହିବାକୁ ପଡିବ । କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।