ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜଣେ ଛାତ୍ରଙ୍କ ମୃତ, ୫ ଉଦ୍ଧାର

Advertisment
ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜଣେ ଛାତ୍ରଙ୍କ ମୃତ, ୫ ଉଦ୍ଧାର

କନକ ବ୍ୟୁରୋ : ସାରା ଦେଶରେ ଶୀତ ଲହରୀ ଜାରି ରହିଛି । ଦେଶର ଉତ୍ତରପୂର୍ବ ରାଜ୍ୟ ଗୁଡିକର ଅନେକ ସ୍ଥାନରେ ତୁଷାରପାତ ହେଉଥିବା ଖବର ବି ନିୟମିତ ପ୍ରକାଶ ପାଉଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗତ କିଛିଦିନ ଧରି ପ୍ରବଳ ବରଫପାତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

publive-imageଉତ୍ତରକାଶୀର ବାଦକୋଟ୍ ସହର ସ୍ଥିତ ଆଇଟିଆଇ ସେଣ୍ଟର ନିକଟରେ ବରଫ ଗଦାରେ ଫସିଯିବା ହେତୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୫-୬ ଜଣ ଛାତ୍ର ବରଫଗଦାରେ ଫସିଥିଲେ ମଧ୍ୟ ସେମାନଙ୍କୁ ଏସ୍ଡିଆରଏଫ୍ ଟିମ୍ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ନାମ ଅନୁଜ ସେମୱାଲ। ଗତ କିଛି ଦିନ ଧରି ଉତ୍ତରକାଶୀ, ଚାମୋଲି, ନୈନିତାଲରେ ପ୍ରବଳ ବରଫପାତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe