କୋରାପୁଟରେ କାଶ୍ମୀରର ଭ୍ରମ : ଦୀର୍ଘ ସମୟ ଧରି ଲିଟିଗୁଡାରେ କୁଆପଥର ବର୍ଷା, ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି

51

କନକ ବ୍ୟୁରୋ : କୋରାପୁଟରେ ପ୍ରବଳ କୁଆପଥର ବର୍ଷା । କୋରାପୁଟ ବ୍ଲକର ଲିଟିଗୁଡାରେ କୁଆପଥର ବର୍ଷା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୀର୍ଘ ସମୟ ଧରି ଲାଗିରହିଥିଲା ଝଡ ସହ କୁଆପଥର ବର୍ଷା । ଫଳରେ ରାସ୍ତାଘାଟ, କ୍ଷେତ ଓ ପଡିଆରେ ପ୍ରାୟ ୧ ଫୁଟର କୁଆପଥର ଜମି ରହିଛି । ଯାହା ଜାମ୍ମୁ-କାଶ୍ମୀର ପରି ଭ୍ରମ ସୃଷ୍ଟି କରୁଛି ।

ବିଶେଷ କରି ଶୀତଦିନେ ବରଫପାତ ଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । କୋରାପୁଟରେ ଏହି ଦୃଶ୍ୟ ଦେଖିଲେ ଅନୁମାନ କରିହେଉଛି ଯେ, ଝଡ ବର୍ଷାର ପ୍ରଭାବ କିଭଳି ରହିଛି । କୁଆପଥର ମାଡ ଫଳରେ ଘରଦ୍ୱାର ଭାଙ୍ଗିଯିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି ।