ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ : କାଶ୍ମୀର ଓ ହିମାଚଳରେ ତୁଷାରପାତ ; ଜନଜୀବନ ପ୍ରଭାବିତ

ଆଗକୁ ଆହୁରି ପ୍ରବଳ ଥଣ୍ଡାର ଅନୁମାନ

186

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ ସମେତ ଉତର ଭାରତ । ହିମାଚଳପ୍ରଦେଶ , କାଶ୍ମୀର ସମେତ ପଞ୍ଜାବ ଓ ଅନ୍ୟାନ୍ୟ ଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳର ସିମଳା ଓ କାଶ୍ମୀରର ରାଜୈରିରେ ପ୍ରବଳ ବରଫପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାର ସମସ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇରହିଯାଇଛି ।

ପାଣିପାଗ ବିଭାଗର କହିବା ଅନୁସାରେ, ଆସନ୍ତା କିଛିଦିନ ପାଇଁ ଉତର ଭାରତରେ ଏଭଳି ତୁଷାରପାତ ଜାରି ରହିବ । ଏଥିପାଇଁ ନୂଆ ଆଡଭାଇଜରି ଜାରି କରିଛି ଆଇଏମଡି । ଉତ୍ତର ଭାରତର ୬ଟି ରାଜ୍ୟ ପାଇଁ ଆଇଏମଡି ପ୍ରବଳ ଶୀତର ଆଲର୍ଟ ଜାରି କରାଯାଇଛି । ରାତିର ତାପମାତ୍ରା ମାଇନଓ ୪ ଡିଗ୍ରୀ ଯାଏଁ ଯାଇପାରେ ବୋଲି ଆଇଏମଡି ଚେତାବନୀ ଦେଇଛି ।