ଜମ୍ମୁ-କାଶ୍ମୀରରେ ବରଫ ବର୍ଷା । ସନ୍ଥ ଅବଦୁଲ କରିମଙ୍କ ମନ୍ଦିରକୁ ଯୋଗାଯୋଗ ବିଚ୍ଛିନ୍ନ ।

126

ଜାମ୍ମୁକାଶ୍ମୀର ରାଜୌରୀରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି ବରଫ ବର୍ଷା। ପୀରପଂଜାଲ ପାର୍ବତ୍ୟମାଳାରେ ଚଳିତ ବର୍ଷ ଆଗୁଆ ହିମପାତ ଆରମ୍ଭ ହୋଇଥିବାରୁ ଏବେ ଏହି ଅଂଚଳର ଲାଇଫ୍ ଲାଇନ୍ ମୋଗଲ୍ ରୋଡ୍ ଉପରେ ଜମି ରହିଛି ବରଫର ବହଳିଆ ଆସ୍ତରଣ । ବରଫ ସଫା କରି ରାସ୍ତା ଫିଟାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଉଦ୍ୟମ ।

ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ ବଡ ବଡ ମେସିନ୍ ସହାୟତାରେ ଚାଲିଛି ବରଫ ସଫେଇ କାମ । ଏହି ଅଂଚଳରେ ରହିଛି ପ୍ରସିଦ୍ଧ ସନ୍ଥ ବାବା ଅବଦୁଲ୍ କରିମଙ୍କ ମନ୍ଦିର । ଯାହାକୁ ସଂଯୋଗ କରୁଥିବା ରାସ୍ତା ବରଫ ଚାଦରରେ ବୁଡି ରହିଛି । ଏହି ସବୁ ଅଂଚଳକୁ ଏବେ ବାଟ ଫିଟାଇବା ପାଇଁ ଉଦ୍ୟମ ଚାଲିଛି ।ରାସ୍ତା ସଫେଇର ଏପରି ଉଦ୍ୟମକୁ ଅଂଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

ଚାରିଆଡେ ବରଫରେ ଢାଙ୍କି ହୋଇ ଜୀବନ ଯାତ୍ରା ଠପ୍ ହୋଇଥିବା ବେଳେ ଯେତେ ଶୀଘ୍ର ଏହି ରାସ୍ତା ସଫେଇ କାମ ଶେଷ ହେବ ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।