ସ୍ନାନ ମଣ୍ଡପରେ ବିଜେ ଚତୁର୍ଦ୍ଧା ମୂର୍ତି : ସୁନା କୂଅରୁ ଆସିଲା ୧୦୮ କୁମ୍ଭ ଜଳ

52

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂର୍ତି । ରତ୍ନ ବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ କରାଯାଇଛି ମହାସ୍ନାନ । ରଥଯାତ୍ରାର ଏହି ଆଦ୍ୟପର୍ବକୁ ନେଇ ଚଳଚଂଳଚ ଶ୍ରୀକ୍ଷେତ୍ର । ନୂଆ ବିଗ୍ରହ ରତ୍ନବେଦୀ ଛାଡ଼ି ପ୍ରଥମ ଥର ପାଇଁ ଆସିଛନ୍ତି ସ୍ନାନ ମଣ୍ଡପକୁ । ଆଉ କିଛି ସମୟ କପେ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରର ଏହି ଅପୂର୍ବ ନୀତିରେ ସାମିଲ ହେବାକୁ ପୁରୀରେ ଅଛନ୍ତି ହଜାର ହଜାର ଭକ୍ତ । ଗଜବେଶ ଦର୍ଶନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକ ଦୁଇ ଘଂଟା ସମୟ ଦିଆଯାଇଛି । ଦିଅଁଙ୍କୁ ସ୍ପର୍ଶ ବାରଣ କରାଯାଇଥିବା ବେଳେ ବ୍ୟାରିକେଡ୍ ଭିତରକୁ ଯାଇ ମହାପ୍ରଭୁଙ୍କୁ ଅତିନିକଟରୁ ଦର୍ଶନ କରିପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀରେ ୫୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।