କନକ ବ୍ୟୁରୋ: ୱାଏନାଡ଼ରେ ପହଞ୍ଚିଲା ‘ଷ୍ଟର୍ମ’ । ଭୁସ୍ଖଳନ ପରେ ମାଟିତଳେ ଚାପିହୋଇ ରହିଥିବା ନିଖୋଜଙ୍କୁ ଖୋଜିବ ଓଡ଼ିଶାର ସନ୍ଧାନୀ କୁକୁର। ବ୍ରହ୍ମପୁର ପୁଲିସର ୯ଜଣିଆ ଟିମ୍ ଷ୍ଟର୍ମକୁ ଧରି ୱାୟନାଡ଼ରେ ପହଁଚିଛନ୍ତି। ୱାୟନାଡର ଭୁସ୍ଖଳନ ସ୍ଥାନରେ ଏହି ସନ୍ଧାନୀ କୁକୁର ପାଣି ଭିତରେ ଓ ମାଟି ତଳେ ପୋତି ହୋଇ ରହିଥିବା ନିଖୋଜ ଖୋଜି ବାହାର କରିବାରେ ସହାୟକ ହେବ। ନିଖୋଜ ମାନଙ୍କୁ ଖୋଜିବାରେ ଡ୍ରୋନ ଏବଂ ଅତ୍ୟାଧୁନିକ ଯନ୍ତ୍ରାଂଶର ବ୍ୟବହାର କରାଯାଉଥିବା ବେଳେ ଏବେ ଏଥିରେ ଉଦ୍ଧାରକାରୀ ଦଳକୁ ସହାୟତା କରିବ ଓଡ଼ିଶାର ଏହି ସନ୍ଧାନୀ କୁକୁର।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us