କନକ ବ୍ୟୁରୋ : ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମେଣ୍ଟ ନେଇ ସେ କହିଛନ୍ତି ଅପେକ୍ଷା କରନ୍ତୁ କଣ ହେବ ଦେଖିବେ । ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ମାନିବେ ।

Advertisment

ସେହିଭଳି ମେଣ୍ଟ ପ୍ରସଙ୍ଗରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି । ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମେଣ୍ଟ ବାବଦରେ କୌଣସି ନିଷ୍ପତ୍ତି ହୋଇନାହିଁ । କିଛି ଆଲୋଚନା ହୋଇନାହିଁ । କେନ୍ଦ୍ରୀୟ ନେତୃତ୍ୱ ସହ ରାଜ୍ୟ ନେତା ଆଲୋଚନା କରିଛନ୍ତି । ଏକାକୀ ନିର୍ବାଚନ ଲଢିଲେ ଭଲ ଫଳ ହେବ ବୋଲି ଜଣାଇଛନ୍ତି । ଏବଂ ବିଜେରି ଏକା ଲଢିବାରେ ବିଶ୍ୱାସ କରେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଅନ୍ୟପଟେ, ଆସନ ବୁଝାମଣା ହୋଇପାରୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଅଙ୍କ ଅଟକିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି