ସ୍ନାନ ମଣ୍ଡପରେ ଚତୂର୍ଦ୍ଧାମୂର୍ତ୍ତୀ: ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ …କାଳିଆର ଦର୍ଶନ ନପାଇ ବ୍ୟଥିତ ଭକ୍ତ, ସେପଟେ ସ୍ନାନମଣ୍ଡପରୁ ଭକ୍ତଙ୍କୁ ଖୋଜୁଛି ଚକାଆଖି

176

କନକ ବ୍ୟୁରୋ: ସ୍ନାନଯାତ୍ରା ମଣ୍ଡପରେ ଚତୂର୍ଦ୍ଧାମୂର୍ତ୍ତୀ । ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କୁ ନୀତିକାନ୍ତି । ସାଢେ ୪ଟାରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ସକାଳ ୫ଟାରେ ତଡ଼ପ ଲାଗି, ୬ଟାରେ ଅବକାଶ ନୀତି ହେବ । ସେହିପରି ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ – ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ହେବ । ଏହା ପରେ ଦିନ ୧୧ଟାରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ । ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ । ଏହା ସହ ଶୁକ୍ରବାର ରାତି ୪ଟା ରୁ ଅନବସର ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଂଟ ହୋଇଛି ।

ସେପଟେ, କରୋନା କଟକଣା ପାଇଁ ଏଥର ଶ୍ରୀମନ୍ଦିରରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଦେବସ୍ନାନ ନୀତି । ଫଳରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପୂର୍ବ ଦୃଶ୍ୟ ତଥା ନୀତିକୁ ଦେଖିବାରୁ ବଂଚିତ ହୋଇଛନ୍ତି ଭକ୍ତ । ଯାହାକି ସମସ୍ତଙ୍କ ବ୍ୟଥିତ ତଥା ନିରାଶ କରିଦେଇଛି । କାରଣ ଉଭୟ ଭକ୍ତ ଓ ଭଗବାନଙ୍କ ଭିତରେ ବଡ ପାଚେରୀ ସୃଷ୍ଟି କରିଦେଇଛି କରୋନା ମହାମାରୀ କଟକଣା । ଦୀର୍ଘ ୨ ମାସ ଧରି ଜଗାର ଦର୍ଶନ ଭକ୍ତ କେବଳ ନୀଳଚକ୍ର ଦର୍ଶନ କରି ନିଜ ମନକୁ ବୁଝାଇବାକୁ ପଡିଥିଲା । ଆଉ ମନରେ ଆଶା ବାନ୍ଧି ବଶିଥିଲେ କି ସ୍ନାନ ଯାତ୍ରାରେ ନିଶ୍ଚୟ ଚକା ଆଖିକୁ ମନ ଭରି ଦେଖିବୁ ବୋଲି । ହେଲେ ସବୁଠୁ ଭକ୍ତଙ୍କୁ ନିରାଶ ହେବାକୁ ପଡିଛି । ଏପଟେ ଭାବ ବିନୋଦିଆ କାଳିଆ ଠାକୁର ଭକ୍ତଙ୍କ ମେଳରେ ଆସିବା ପାଇଁ ବର୍ଷେ ଧରି ଚାହିଁ ବସିଥାଏ । କେବେ ସେହି ରଥ ଯାତ୍ରା ନୀତି ଆରମ୍ଭ ହେବ ଆଉ ଏହି ଅବସରରେ ବଡଦେଉଳର ସେହି ରତ୍ନ ସିଂହାସନ ଛାଡି ବଡଦାଣ୍ଡରେ ବଡରଥରେ ବସି ଭକ୍ତର ସେହ୍ନ ଆଉ ଭକ୍ତିକୁ ମନଭରି ସାଉଂଟିନେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.