ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ ପାଇଁ ସରକାର ଓ ପ୍ରଶାସନ ଦାୟୀ : ଶଙ୍କରାଚାର୍ଯ୍ୟ

ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ ପାଇଁ ସରକାର ଓ ପ୍ରଶାସନ ଦାୟୀ : ଶଙ୍କରାଚାର୍ଯ୍ୟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସବୁ ନିୟମ, ବାରଣ ଓ ପ୍ରଶାସନର ତାଗିତକୁ ବେଖାତିର କରି ସ୍ନାନ ମଣ୍ଡପରେ ଜଗାଙ୍କୁ ସ୍ପର୍ଶକଲେ ଜନତା । ଗତକାଲି ସ୍ନାନ ଯାତ୍ରାରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ପ୍ରଶାସନର କଟକଣା ଶୂନ୍ୟରେ ଶୂନ୍ୟରେ ଉଡିଗଲା । ସେପଟେ ଏନେଇ ନିଜ କ୍ଷୋଭ ପ୍ରକାଶ କରିବା ସହ ମୁହଁ ଖୋଲିଛନ୍ତି ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ । କେବଳ ରଥଯାତ୍ରା ନୁହେଁ ବରଂ ଗର୍ଭଗୃହ,ସ୍ନାନମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ସମେତ କୌଣସି ସ୍ଥାନରେ ମଧ୍ୟ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବା ନିୟମ ବିରୋଧୀ ବୋଲି କହିଛନ୍ତି ଜଗତଗୁରୁ ।

ଏସବୁ ଭିତରେ ଅନେକ ଭକ୍ତ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ନେଇ ଅର୍ଥ କାରବାର ହୋଇଥିବା କହିଛନ୍ତିି କିଛି ଭକ୍ତ । ତେବେ ବ୍ରହ୍ମବିଭ୍ରାଟ, ରଥଉପରେ ଶ୍ରୀଜିଉଙ୍କୁ ସ୍ପର୍ଶ ଭଳି ଅଭିଯୋଗର ତଦନ୍ତ ରିପୋର୍ଟ ନ ଆସୁଶୁ ପୁଣି ଥରେ ଜଗନ୍ନାଥଙ୍କୁ ନେଇ ଆସିଛି ଆଉ ଏକ ବିବାଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe