ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା: ସ୍ନାନମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି…ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

300

କନକ ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ଲାଗି ନୀତି । ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଧା ମୂର୍ତିଙ୍କୁ ସ୍ନାନମଣ୍ଡପକୁ ଆଣିବା ପରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଇଛି । ଆଉ ଶ୍ରୀମନ୍ଦିରର ଶ୍ରୀନଅରରୁ ବଡଠାକୁରଙ୍କୁ ସ୍ନାନମଣ୍ଡପକୁ ଅଣାଯାଇଛି । ଏବେ ସ୍ନାନ ମଣ୍ଡଳରେ ଚତୁର୍ଧାମୂରତିଙ୍କ ଟିଭି ପରଦାରେ ସିଧା ଦେଖୁଛନ୍ତି ଭକ୍ତଗଣ । ସେପଟେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ତଥା – ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହେବ ।

ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ହେବ । ଏହା ପରେ ଦିନ ୧୧ଟାରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ । ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ । ଏହା ସହ ଶୁକ୍ରବାର ରାତି ୪ଟା ରୁ ଅନବସର ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଂଟ ହୋଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଧାର୍ମିକ ସମାବେଶ ଅନୁଷ୍ଠିତ ହେଉ ନାହିଁ ।