ଏହି ରେସ୍ତୋରାଁରେ ପରଷାଯାଏ ସାପ ମାଂସ । ୱାଇନରେ ସୋଡ଼ା ନୁହେଁ, ମିଶାନ୍ତି ସାପ ରକ୍ତ

42

ଆପଣଙ୍କୁ ଯଦି ପଚରାଯାଏ କି, ରେସ୍ତୋରାଁରେ ଯାଇ ଆପଣ କ’ଣ ଖାଇବାକୁ ପସନ୍ଦ କରିବେ, ତେବେ ହୁଏତ ଆପଣଙ୍କ ଉତ୍ତର ହେବ ଚିକେନ୍, ମଟନ କିମ୍ବା ଅନ୍ୟ କୈାଣସି ପପୁଲାର ଆମିଷ ଭୋଜନ । କିନ୍ତୁ ଆପଣ ସାପର ମାଂସର କଳ୍ପନା କେବେ କରିନଥିବେ । ଗୋଟିଏ ଦେଶ ଏମିତି ଅଛି ସେଠାକାର ରୋସ୍ତୋରାଁରେ ଗ୍ରାହକଙ୍କୁ ଖାଇବା ପାଇଁ ସାପର ମାଂସ ଓ ସାପ ରକ୍ତ ମିଶା ୱାଇନ ପରଷା ଯାଏ । ଆପଣଙ୍କୁ ବିଶ୍ୱାସ ଲାଗୁଥାଇନପାରେ କିନ୍ତୁ ଏହା ୧୦୦ ପ୍ରତିଶତ ସତ । ଭିଏତନାମର ଉତ୍ତର ଭାଗରେ ଲୋକଙ୍କ ମଧ୍ୟରେ ବିଷାକ୍ତ ସାପକୁ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମାନନ୍ତି ।

ଗରମରୁ ଆଶ୍ୱସ୍ଥି ଦିଏ ସାପର ମାଂସ : ଏହି ସାପର ବିଷକୁ ଚାଉଳରେ ତିଆରି ହୋଇଥିବା ମଦ ସହିତ ମଧ୍ୟ ବ୍ୟବହାର କରାଯାଏ । ଏହା ବ୍ୟତୀତ ସାପର ରକ୍ତକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ପ୍ରୟୋଗ କରାଯାଏ । ସାପର ବିଷକୁ ଖାଇବା ପଛରେ ମାନ୍ୟତା ଏହା ଯେ, ଏହା ଗରମରୁ ଆଶ୍ୱସ୍ଥି ଦେଇଥାଏ ଓ ପ୍ରବଳ ମୁଣ୍ଡବ୍ୟଥାରୁ ଆରାମ ଦେଇଥାଏ । ରେସ୍ତୋରାଁରେ ଏହି ସାପକୁ ଫ୍ରାଏ କରି କିମ୍ବା ବାମ୍ଫରେ ରୋଷେଇ କରି ଭିନ୍ନ ଭିନ୍ନ କିସମର ମସଲା ସହିତ ଲୋକଙ୍କୁ ପରଷାଯାଏ ।

ନପୁଂସକତାର ଅଭିଯୋଗ ଆସିପାରେ : ରେସ୍ତୋରାଁ ମାଲିକ କହିବାନୁସାରେ, ସାପ ରକ୍ତ ମିଶା ୱାଇନ୍ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଭଲ । କମ୍ ବୟସରେ ଏହି ୱାଇନକୁ ପିଇବା ଦ୍ୱାରା ନପୁସଂକତାର ଅଭିଯୋଗ ଆସିପାରେ ।