କନକ ବ୍ୟୁରୋ: ତମ୍ପ କଲା ତାଣ୍ଡବ । ଚୋଟ ପରେ ଚୋଟ ମାରି ନେଲା କୁକୁର ଛୁଆଙ୍କ ଜୀବନ । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ସାତଭଉଣୀ ଅଂଚଳରେ । ସାତଭଉଣୀ ବଜାର ନିକଟସ୍ଥ ବିଜୟ ପରିଡା ନାମକ ବ୍ୟକ୍ତିଙ୍କ ସିଡି ଘରେ ଏକ ପୋଷା କୁକୁର ୬ ଟି ଛୁଆ କରିଥିଲା । କିନ୍ତୁ ଗତକାଲି ରାତିରେ ଏକ ତମ୍ପ ସାପ ଘରେ ପଶି ଘର ଭିତରେ ତାଣ୍ଡବ କରିଥିଲା । ରାତିରେ ସିଡି ତଳେ କୁକୁର ଭୁକିବାରୁ ଘର ଲୋକେ ଉଠି ପଡିଥିଲେ । ଆଉ ସିଡି ଘର ତଳକୁ ଯାଇ ଲାଇଟ୍ ଲଗାଇବା ପରେ ଯାହା ଦେଖିଥିଲେ ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏକ ତମ୍ପ ସାପ ଘରେ ପଶି କୁକୁର ଛୁଆଗୁଡିଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲା । ଆଉ ମା’ କୁକୁରଟି ଉପାୟ ନପାଇ ବିକଳରେ ଭୁକି ଚାଲିଥିଲା । ଆଖି ଆଗରେ ନିଜ ଛୁଆଙ୍କୁ ତମ୍ପ ସାପ କବଳରୁ ବଂଚାଇବାକୁ ଯାଇ ସାପକୁ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । ହେଲେ ମା’ କୁକୁରକୁ ବି ଛାଡି ନଥିଲା ତମ୍ପ ସାପଟି । ଛୁଆଙ୍କ ସହ ମା’ କୁକୁରକୁ ବି ଚୋଟ ମାରିଥିଲା ।
ଆଉ ଭୟରେ କୁକୁରଟି ପଛକୁ ଘୂଂଚି ଯାଉଥିଲେ ବି ସାପଟି ଆଗକୁ ବଢି ଚୋଟ ମାରୁଥିଲା । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଁଚି ସାପଟିକୁ କାବୁ କରିଥିଲେ । ହେଲେ ସେତେ ବେଳେକୁ ତମ୍ପ ସାପର ବିଷ ଯୋଗୁ ୫ଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇ ସାରିଥିଲା ।
Follow Us
/kanak/media/post_attachments/wp-content/uploads/2018/09/Screen-shot-2018-09-18-at-12.07.01-PM-300x181.png)
/kanak/media/post_attachments/wp-content/uploads/2018/09/Screen-shot-2018-09-18-at-12.06.44-PM-300x179.png)