ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ : କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ

ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ କରାଗଲା ଅବଗତ; ଖୁବଶୀଘ୍ର ଛାନଭିନ ପାଇଁ ଆସିପାରନ୍ତି ଏକ ଟିମ୍

149

କନକ ବ୍ୟୁରୋ : ଭୁବନେଶ୍ୱରରୁ ସାପ ବିଷ ଜବତ ହେବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ଅନୁରୋଧ କରିବ ବନ ବିଭାଗ । ଏପରିକି ଏନେଇ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ମଧ୍ୟ ଅବଗତ କରାଯାଇଛି । ଅଧିକ ତଦନ୍ତ ପାଇଁ ଏକ ଟିମ୍ ଆସିପାରେ । ଏହି ପୁରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥିବା ଆଶଙ୍କା କରାଯାଉଛି ।

ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ କରାଯାଉଥିବାବେଳେ ଏହାର ମୁଖ୍ୟ ପେଣ୍ଠସ୍ଥଳ କୋଲକାତା ବୋଲି ଜଣାପଡିଛି । ଏହି ରାକେଟରେ ମାଷ୍ଟର ମାଇଣ୍ଡ ବଲାଙ୍ଗୀରର ସତ୍ୟ ନାରାୟଣ ଦାଶ ଏବେ ବି ଫେରାର ଅଛି । ତା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସିଟି ଡିଭିଜନ୍ ଡିଏଫଓ ଅଶୋକ ମିଶ୍ର ।