ସମଗ୍ର ଦୁନିଆରେ ସାପମାନଙ୍କର ବିଭିନ୍ନ ପ୍ରଜାତି ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସମୟସମୟରେ ସାପମାନଙ୍କର ଏମିତି କିଛି ଫଟୋ ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଦେଖି ବ୍ୟବହାରକାରୀ ସାପଟି ଏକେ-୪୭ ଗିଳି ଦେଇଥିବା କହୁଛନ୍ତି। ତେବେ ଏହି ଫଟୋଟି କେଉଁ ସ୍ଥାନର ତାହା ଜଣାପଡ଼ି ନ ଥିବା ବେଳେ ଏହା ୫ମାସ ପୂର୍ବର ବୋଲି କୁହାଯାଉଛି।
Dah takda benda lain nak telan ke pic.twitter.com/hlipnop6OI
— فاعيه جودين (@paeh_judin) January 27, 2020
ସୋସିଆଲ ମିଡିଆରେ ଏକେ-୪୭ ଗିଳି ଦେଇଥିବା ସାପର ଫଟୋ ଦେଖି ବ୍ୟବହାରକାରୀ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ବି ପ୍ରଶ୍ନ କରୁଛନ୍ତି। ସାପର ଏହି ଫଟୋଟି କ’ଣ ବାସ୍ତବ? ଏକେ-୪୭ ଗିଳି ଦେଇଥିବା ସାପର ଏହି ଫଟୋକୁ ଟୁଇଟରରେ @paeh_judin ନାମକ ବ୍ୟବହାରକାରୀ ସେୟାର କରିଛନ୍ତି। ସେୟାର କରିବାର ଗୋଟିଏ ଦିନ ମଧ୍ୟରେ ଏହାକୁ ୧୩,୦୦୦ ରୁ ଅଧିକ ଥର ରିଟୁଇଟ୍ କରାଯିବା ସହିତ ୧୧,୦୦୦ ଲାଇକ୍ସ ମିଳି ସାରିଲାଣି। କେତେକ ଏହାକୁ ଫେକ୍ ଓ ଫଟୋସପ୍ପଡ୍ ବୋଲି କହିଥିବା ସମୟରେ ଅନେକ ଅବାସ୍ତବ ବୋଲି ମତାମତ ଦେଇଥିଲେ। ସୋସିଆଲ ମିଡିଆରେ ସାପର ଏଭଳି ଅଦ୍ଭୁତ ଫଟୋ ଦେଖିବା ପରେ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/Snake-swallow-ak-47-1024x569.jpg)