କନକ ବ୍ୟୁରୋ : କର୍ଣ୍ଣାଟକରେ କିଏ ଗଢିବ ସରକାର । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିକୁ ବହୁ ପଛରେ ପକାଇ ଆଗେଇ ଚାଲିଛି କଂଗ୍ରେସ । ଯଦି ଶେଷ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ ଜାରି ରୁହେ ତେବେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିବ । ଅନ୍ୟପଟେ ବିଜେପିକୁ କର୍ଣ୍ଣାଟକରେ ବଡ ଝଟକା ଲାଗିବାକୁ ଯାଉଛି । ଟ୍ରେଣ୍ଡରେ ଦଳ ମ୍ୟାଜିକ ନମ୍ବର ଠାରୁ ବହୁ ପଛରେ ରହିଛି । ତେବେ କାହିଁକି ଏଭଳି ଫଳାଫଳ ହେଲା ତାହାକୁ ନେଇ ବିଜେପି ନେତାଏ କରୁଛନ୍ତି ତର୍ଜମା । ବିଜେପି ପ୍ରାର୍ଥୀ ଶିବରାଜ ସଜ୍ଜନଙ୍କ ଘରେ ମୁଖ୍ୟମନ୍ତ୍ରୀ ବୋମାଇ ବୈଠକ କରୁଥିବା ବେଳେ କ୍ୟାମ୍ପ ଅଫିସରେ ନାଗ ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଜଣ ଏହାକୁ ଶୁଭ ସଂକେତ କହୁଥିବା ବେଳେ କିଛି ଜଣ ଏହାକୁ ଅଶୁଭ ବୋଲି କହୁଛନ୍ତି । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ନାଗ ସାପକୁ ଧରି ବାହାରେ ଛଡାଯାଇଛି ।
ରିପୋର୍ଟ ଲେଖା ବେଳକୁ କର୍ଣ୍ଣାଟକରେ କଂଗ୍ରେସ ଟ୍ରେଣ୍ଡରେ ୧୧୬ ଆସନରେ ଆଗୁଆ ଥିବା ବେଳେ ବିଜେପି ୭୮ ଆସନରେ ଆଗୁଆ ରହିଛି । ସେହିଭଳି ଜେଡିଏସ ୨୪ ଆସନରେ ଆଗୁଆ ଥିବା ଦେଖିବାକୁ ମିଳିଛି ।
Follow Us