କନକ ବ୍ୟୁରୋ: ମୂଷା ଜନ୍ତାରେ ନାଗସାପ । ଏମିତି ଘଟଣା ଘଟିଛି ରାଜଧାନୀରେ । ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ମୂଷା ଉପଦ୍ରବ୍ୟରୁ ରକ୍ଷା ପାଇବା ପାଇଁ କର୍ତୃପକ୍ଷ ଜନ୍ତା ବସାଇଥିଲେ । ହସ୍ପିଟାଲରେ ଥିବା କ୍ୟାଣ୍ଟିନରେ ମୂଷା ଖାଦ୍ୟ ଦ୍ରବ୍ୟ ନଷ୍ଟ କରୁଥିବାରୁ ଏମିତି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସକାଳୁ ଜନ୍ତାରେ ଏକ ନାଗସାପ ପଡ଼ିଥିବା ଦେଖିଥିଲେ କର୍ମଚାରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜନ୍ତାରେ ଥିବା ଅଠାରେ ସାପ ଶରୀର ଲାଗି ରହିଥିବାରୁ ସେ କେବଳ ଫଣା ଟେକିଥିଲା । ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପ୍ରଶାନ୍ତ ସାହୁ ସାପକୁ ଉଦ୍ଧାର କରିଥିଲେ । ସାପ ଶରୀରରେ ଲାଗିଥିବା ଅଠା ଛାଡ଼ାଯିବା ପରେ ତାକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯିବା ନେଇ ସୂଚନା ଦେିଛନ୍ତି ସ୍ନେନ୍ ହେଲ୍ପଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍ ।