ରାଜଧାନୀରେ ବନବିଭାଗର ବଡ ଧରଣର ଚଢାଉ : ଧରାପଡିଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ ; ଚଢାଉ ବେଳେ ୭ରୁ ୮ ଜଣ ସାପ ବିଷ ସ୍ମଗଲର ଅଟକ

245

କନକ ବ୍ୟୁରୋ : ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ । ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ । ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ । ପ୍ରଥମେ ଜୟଦେବ ବିହାର ଅଂଚଳରେ ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା । ତାହା ପରେ ଏହି ରାକେଟ୍ ମାଷ୍ଟରକ୍ୟାଂଟିନ୍ ଅଂଚଳକୁ ଡାକିଥିଲେ । ଏହି ରାକେଟରେ ଥିଲେ ୭ରୁ ୮ ଜଣ । ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦୁଇ ଜଣ କରି ୭ରୁ ୮ ଜଣ ପହଁଚିଥିଲେ ।

ଏହା ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍କେଟ ବିଲ୍ଡିଂ ନେଇଥିଲେ । ସେଠାକୁ ପହଁଚିଥିଲେ ଦୁଇ ଜଣ । ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ୟାଗ ଧରି ଆସିଥିଲେ । ତାଙ୍କ ପାଖରେ ଥିବା ସାମଗ୍ରୀ ସାପ ବିଷ କି ନାହିଁ ତାହା ପରୀକ୍ଷା କରିବାକୁ ଏକ ପାଥୋଲାବକୁ ନେଇଥିଲେ । ୟୁନିଟ୍ ୬ ଅଂଚଳର ପାଥୋଲାବରେ ପହଁଚିବା ପରେ ସେଠାରେ ଏହି ସାପ ବିଷ ରାକେଟକୁ କାବୁ କରିଥିଲା ବନବିଭାଗ ।

ଏମାନେ ଓଡିଶା ବାଦ୍ ଅନ୍ୟ ରାଜ୍ୟରେ ମଧ୍ୟ ବଡ ପରିମାଣର ଟଙ୍କା ନେଇ ଏହି ସାପ ବିଷ ବିକ୍ରି କରୁଥିବା ସୂଚନା ମିଳିଛି । କୋଟିଏ ୩୦ ଲକ୍ଷ ଟଙ୍କାରେ ଏହି ସାପ ବିଷ କିଣିବାକୁ ଡିଲ୍ ହୋଇଥିଲ।। ବନବିଭାଗ ଚଢାଉରେ ୭ରୁ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।