କନକ ବ୍ୟୁରୋ: ମନ୍ଦିର ଚୋରିର ସାକ୍ଷୀ ରହିଲା ନାଗସାପ । ଶିବମନ୍ଦିରରେ ପଶି ହୁଣ୍ଡିରୁ ଟଙ୍କା ଚୋରିକରି ନେଲା ଚୋର । ଆଉ ଚୋରର ପୂରା କାରନାମା କଏଦ ହେଲା ସିସିଟିଭି କ୍ୟାମେରାରେ । ଟଙ୍କା ତ ଚୋର ଲୁଟିନେଲା ହେଲେ ଶାନ୍ତି ରହିପାରିଲାନି । ତାକୁ ସବୁବେଳେ ନାଗସାପ ଜଗି ରହିଲା । ତା ସ୍ୱପ୍ନରେ ସାପ ଆସୁଥିଲା । ଘରେ, ବାହାରେ ସାପ ଜଗୁଥିବା ତାକୁ ଜଣାପଡିଲା । ଚୋରି କରିବା ପରେ ଏମିତି ସାଙ୍ଘାତିକ ଆଉ ଲୋମଟାଙ୍କୁରା କାହାଣୀ ବଖାଣିଛି ଖୋଦ ଚୋର ।
ତେବେ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ପିପିଲି ଡେଲାଙ୍ଗ ବ୍ଲକ୍ ହରିରାଜପୁରରୁ ଆସିଛି । ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ ଦେବଙ୍କ ହୁଣ୍ଡିରୁ ଏହି ଚୋର ଚୋରି କରିଥିଲା । ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଧରିବା ପରେ ଏଭଳି ସାପ ଜଗୁଥିବା ଘଟଣାକୁ ସ୍ୱୀକାର କରିଛି ନିଜେ ଅଭିଯୁକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/33-20.jpg)