ଟଙ୍କା ବଦଳରେ ଏଟିଏମ୍ ମେସିନରୁ ବାହାରିଲା ବିଷଧର ସାପ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

420

କନକ ବ୍ୟୁରୋ: ଆପଣମାନେ ଏଟିଏମ୍ ମେସିନ୍ ଭିତରୁ ଟଙ୍କା ବାହାରିବା କଥା ଶୁଣିଥିବେ । ହେଲେ ଟଙ୍କା ବଦଳରେ କେବେ ବିଷଧର ସାପ ବାହାରି ତାହା ହୁଏତ ଖୁବ୍ କମ୍ ଶୁଣିଥିବେ । କିନ୍ତୁ ଏଭଳି କିଛି ଘଟିଛି ତାମିଲନାଡୁର କୋଇମ୍ବାଟୁର ଅଞ୍ଚଳରେ । ଯାହା ଆପଣଙ୍କୁୁ ଆଶ୍ଚର୍ଯ୍ୟ କରିଦେବ । କୋଇମ୍ବାଟୁର ଥାନେରାପାଣ୍ଡାଲ୍ ଅଞ୍ଚଳରେ ଥିବା ଏକ ଏଟିଏମ୍ ମେସିନ୍ଭି ତରୁ ଏକ ସାପ ବାହାରିଥିବା ଦେଖିବାକୁ ମିଳିଛି । ଆଉ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏଥିରେ ଦେଖିବାକୁ ମିଳିଛି ଯେ, ଏଟିଏମ୍ ଭିତରୁ ଜଣେ ସାପ ଧରାଳି ସାପଟିକୁ ଉଦ୍ଧାର କରୁଛନ୍ତି । ସାପଟି ଏଟିଏମ୍ ମେସିନର ପଛପଟେ ରହି ଯାଇଥିବାର ଦେଖିବାକୁ ମିଳିଛି । ଏହି ଘଟଣାରେ କାହାରି କିଛି କ୍ଷତି ଘଟିନାହିଁ । ଅନ୍ୟପଟେ ସାପଟିକୁ ପ୍ରଥମେ କିଏ ଦେଖିଲା ଓ ସାପଟି ଏଟିଏମ୍ ଭିତରକୁ କିପରି ପଶିଲା ତାହା ଜଣାପଡ଼ି ନାହିଁ । ତେବେ ବିଚ୍ ରାସ୍ତାରେ ଥିବା ଏଟିଏମ୍ ମେସିନ୍ ଭିତରେ ସାପ ବାହାରିବା ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।