ସାପ ନେଉଛି ଜୀବନ । ଗୋଟିଏ ଦିନରେ ଗଲା ୬ ଜଣଙ୍କ ଜୀବନ, ନଜର ପକାନ୍ତୁ କେଉଁ ବର୍ଷ କେତେ ଲୋକଙ୍କର ସାପ କାମୁଡାରେ ଯାଇଛି ଜୀବନ

678

କନକ ବ୍ୟୁରୋ : ସାପ କାମୁଡାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ରାଜ୍ୟର କେଉଁ ସ୍ଥାନରେ ନା କେଉଁ ସ୍ଥାନରେ ସର୍ପାଘାତର ଶିକାର ହେଉଛନ୍ତି ଲୋକେ । ବିଷଧର ସାପ କାମୁଡାରେ ଅନେକ ଘଟଣା ସ୍ଥଳରେ ପ୍ରାଣ ହାରୁଥିବା ବେଳେ ଅନେକ ଡାକ୍ତରଖାନାରେ ବୁଜୁଛନ୍ତି ଆଖି । ଏଠାରେ ଆମେ ମାନେ କହି ପାରିବା ଯେ, ଧିରେ ଧିରେ ରାଜ୍ୟରେ ସାପୁ କାମୁଡା ମାମଲା ଗମ୍ଭୀର ହେବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆଜି ରାଜ୍ୟରେ ଅଲଗା ଅଲଗା ସ୍ଥାନରେ ସାପ କାମୁଡାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳରେ ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ୨ ଯାଆଁଳ ଝିଅ ରାତିରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା ।

ତାଙ୍କୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ବ୍ରହ୍ମପୁରରେ ମା ସହିତ ୪ ବର୍ଷର ଶିଶୁର ସାପ କାମୁଡାରେ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ପ୍ରହରାଜପୁରରେ ଜଣକ ମୃତ୍ୟୁ ହୋଇଛି । କେନ୍ଦୁଝର ତେଲକୋଇରେ ମଧ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।  ଆସନ୍ତୁ ନଜର ପକାଇବା ସାପ କାମୁଡାରେ କେଉଁ ବର୍ଷରେ କେତେଜେଣଙ୍କ ମୃତ୍ୟୁ ହୋଇଛି ।

୨୦୧୯-୨୦ରେ ୪ ମାସରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮-୧୯ରେ ୮୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୧୭-୧୮ରେ ୮୨୩ ଜଣଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି  ୨୦୧୬-୧୭ରେ ୬୦୫ ଜଣ ଓ ୨୦୧୫-୧୬ରେ ସାପ କାମୁଡାରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ମୟୁରଭଂଜରେ ସାପ କାମୁଡାରେ ସର୍ବାଧିକ ୨୭୧ ଜଣଙ୍କ ପ୍ରାଣହାନୀ ଘଟିଛି । ଗଂଜାମରେ ୨୪୭ ଜଣ, ବାଲେଶ୍ୱରରେ ୨୪୨ ଜଣ, କେନ୍ଦୁଝରରେ ୨୨୭ଜଣ , ଭଦ୍ରକରେ ୧୮୦ ଜଣ , ଯାଜପୁର ୧୫୪ ଜଣ, ସମ୍ବଲପୁରରେ ୧୩୪ ଜଣଏବଂ କଟକରେ ୧୩୩ ଜଣଙ୍କ ଜୀବନ ଯାଇଛି ସାପ କାମୁଡାରେ ।