କୋର୍ଟରେ ବିଚାରପତିଙ୍କୁ କାମୁଡିଦେଲା ସାପ ! ଘଟଣା ଘଟିବାପରେ ସାପକୁ ଧରି ବଣରେ ଛାଡିଲେ ଓକିଲ

Advertisment
କୋର୍ଟରେ ବିଚାରପତିଙ୍କୁ କାମୁଡିଦେଲା ସାପ ! ଘଟଣା ଘଟିବାପରେ ସାପକୁ ଧରି ବଣରେ ଛାଡିଲେ ଓକିଲ

କନକ ବ୍ୟୁରୋ : କୋର୍ଟରେ ବିଚାରପତିଙ୍କୁ କାମୁଡିଲା ସାପ । ଘଟଣାଟି ଅଯବ ଲାଗୁଥିଲେ ମଧ୍ୟ ସତ୍ୟ । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପ୍ରାୟ ସାଢ଼େ ଏଗାରଟା ବେଳେ ପାନବେଲ୍ କୋର୍ଟରେ ଜଣେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ (ଜେଏମ୍ଏଫ୍ସି) ଗୋଟାଏ ଢାମଣା ଦଂଶନ କରିଛି। ପୁରଣା ପାନବେଲ୍ ଅନ୍ତର୍ଗତ ବନ୍ଦର ରୋଡର ପୁରୁଣା ଅଦାଲତରେ ତାଙ୍କ ଜଜ୍ ଥିବା ବେଳେ ଏ ଭଳି ଘଟଣା ଘଟିଛି। ପାନବେଲ ବାର୍ ଆସୋସିଏସନର ସଭାପତି ଆଡଭୋକେଟ ମନୋଜ ଭୁଜବଳ କହନ୍ତି: ପ୍ରାୟ ସାଢ଼େ ଏଗାରଟା ବେଳେ ଜେଏମ୍ଏଫ୍ସି ସି. ପି. କାଶିଦଙ୍କ ଡାହାଣ ହାତରେ ଗୋଟାଏ ବିଷହୀନ ସର୍ପ ଦଂଶନ କରିଛି। ତାଙ୍କୁ ପ୍ରଥମେ ପାନବେଲ ସବ୍-ଡିଭିଜନାଲ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ପରେ ପୁଣି ପୁରୁଣା ପାନବେଲସ୍ଥିତ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ସନ୍ଧ୍ୟା ପାଖାପାଖି ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ପରେ ଜଣେ ସାପଧରାଳି ଡକାଯାଇ ସେ ସାପକୁ ଧରି ବଣରେ ଛାଡ଼ି ଦିଆଯାଇଥିଲା ।

ପାନବେଲ୍ ସବ୍-ଡିଭିଜ୍ନାଲ୍ ହସ୍ପିଟାଲରେ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଡାକ୍ତର ନାଗନାଥ ୟେମ୍ପାଲେ କହନ୍ତି: ଚିକିତ୍ସା ପାଇଁ ଜଜ୍ ଆସିଥିଲେ କିନ୍ତୁ, ଅନ୍ୟ କୌଣସି ଡାକ୍ତରଖାନାକୁ ଚାଲି ଗଲେ। ଜେଏଫ୍ଏମ୍ସିଙ୍କୁ ଭେଟିଥିବା ପାନବେଲ ସିନିୟର୍ ଇନ୍ସପେକ୍ଟର ବିନୋଦ ଚବନ କହନ୍ତି: କୌଣସି ଅଭିଯୋଗ ଦାଏର କରାଯାଇ ନାହିଁ, କିନ୍ତୁ ସର୍ପାଘାତ ସମ୍ପର୍କରେ ଖବର ପାଇଁ ମୁଁ ଅନଔପଚାରିକ ଭାବେ ତାଙ୍କୁ ଭେଟିବାକୁ ଯାଇଥିଲି। ଆଡଭୋକେଟ ଆର୍ କେ ପାଟିଲ୍ ସାପ ଧରାଳି ଆଡଭୋକେଟ ଦୀପକ ଠାକୁରଙ୍କୁ ଡାକିଥିଲେ। କୋର୍ଟ ଟୁ’ରେ ଘଟନା ସଂକ୍ରାନ୍ତରେ ରିପୋର୍ଟ ହୋଇଥିଲା। ଅଦାଲତ କୋଠାଟି ଅତି ପ୍ରାଚୀନ ହୋଇଥିବାରୁ କିଛି ଅଂଶ ଅଶୋକବାଗସ୍ଥିତ ନୂଆ କୋଠାକୁ ଉଠି ଯାଇଛି। ଏହା ଗୋଟାଏ ନାଳ ପାଖରେ ଅବସ୍ଥିତ ଏବଂ ପଛରେ ବଡ଼ ପଡ଼ିଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe