ବାଇକରେ ଯାଉଥିବା ସମୟରେ ଚାଳକଙ୍କ ଉପରକୁ ଡେଇଁଲା ସାପ : ସୁରକ୍ଷିତ ଭାବେ ଏମିତି ପାର କଲେ ରାସ୍ତା । ଚର୍ଚ୍ଚାରେ ଭିଡିଓ 

ବାଇକରେ ଯାଉଥିବା ସମୟରେ ଚାଳକଙ୍କ ଉପରକୁ ଡେଇଁଲା ସାପ : ସୁରକ୍ଷିତ ଭାବେ ଏମିତି ପାର କଲେ ରାସ୍ତା । ଚର୍ଚ୍ଚାରେ ଭିଡିଓ 

source : yputube

ଗାଡ଼ି ଚଲାଇବା ବେଳେ ନୂଆ ନୂଆ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥାଏ। ଗାଈ, କୁକୁରରୁ ନେଇ ସାପ ଆସି ଜୀବଜନ୍ତୁମାନେ ଅନେକ ସମୟରେ ଗାଡ଼ି ସାମ୍ନାକୁ ହଠାତ୍ ଚାଲି ଆସି ଚାଳକଙ୍କୁ ଆନମନା କରି ଦେଇଥାନ୍ତି। ବିଶେଷ କରି ମୋଟର ସାଇକେଲ ଆରୋହୀ ମାନେ ବେଶି ଏପରି ସମସ୍ୟାର ସାମ୍ନା କରିଥାନ୍ତି। ନିକଟରେ ସେପରି ଦୃଶ୍ୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯାହା କି ଏବେ ଖୁବ୍ ଚର୍ଚ୍ଚା ପାଲଟିଛି।

publive-image

ପୂର୍ବରୁ ମଧ୍ୟ ଏପରି ଅନେକ ଭିଡିଓ ଭାଇରାଲ୍ ହୋଇଛି। ରାସ୍ତା ଉପରେ ଜୀବଜନ୍ତୁ ମାନେ ଯିବା ଆସିବା କରିବା କଥା କିଛି ନୂଆ ନୁହେଁ। ମାତ୍ର ନିକଟରେ ଭାଇରାଲ୍ ହୋଇଥିବା ଭିଡିଓଟିର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ଛପି ପଡିବ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ଚାଳକ ବାଇକ୍ ଚାଇ ରାସ୍ତା ଉପରେ ଯାଉଛନ୍ତି। ସେହି ସମୟରେ ଅଚାନକ ଏକ ସାପଟି ତାଙ୍କ ଉପରକୁ ଲମ୍ଫ ମାରୁଛି। ଯୋଗକୁ ବାଇକ୍ ଚାଳକ ଜଣକ ସୁରକ୍ଷିତ ଭାବେ ସାପଟିକୁ ପାର୍ କରି ଯାଉଛନ୍ତି।

publive-image
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe