ବରା ବିକାଳୀଙ୍କ ଝିଅକୁ ବଡ ସଫଳତା । ମାଟ୍ରିକ ପରୀକ୍ଷାରେ ରଖିଲେ ୫୪୨ ନମ୍ବର, ସଂଘର୍ଷ ଭିତରେ ଡାକ୍ତର ହେବାକୁ ସ୍ୱପ୍ନ । 

256

କନକ ବ୍ୟୁରୋ : ବରା ବିକାଳୀଙ୍କ ଝିଅଙ୍କ ସଫଳତା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୨ ନମ୍ବର ରଖି ଗର୍ବ ଆଣିଛନ୍ତି ରାଜା ସାହୁଙ୍କ ଝିଅ ତୁପ୍ତିମୟୀ । ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ତୁପ୍ତିମୟୀ ନିଜ ପାଠ ପଢ଼ାରେ କେବେ ହେଲେ ଅବହେଳା କରିନଥାନ୍ତି । ତାଙ୍କର ଦୃଢ଼ ଇଛାଶକ୍ତି ବଳରେ ସେ ଆଜି ସଫଳତା ହାସଲ କରିଛନ୍ତି । ଇଛା ଶକ୍ତି ଥିଲେ ସବୁକିଛି କରିବା ସମ୍ଭବ ବୋଲି ତୁପ୍ତିମୟୀ କହିଛନ୍ତି ।

ପୁରୀ ଜିଲ୍ଲା ଗୋପ ଅଂଚଳର ଦେବାରାଜ ସାହୁ ବେଗୁନିଆ ଛକରେ ଜଳଖିଆ ଦୋକାନ କରି ଦୁଃଖ କଷ୍ଟେ ପରିବାର ଚଳାଇବା ସହ ଝିଅର ପାଠପଢ଼ା କଥା ମଧ୍ୟ ବୁଝୁଥିଲେ । ପାଠପଢ଼ାରେ କୌଣସି ବି ହେଳା କରି ନଥିଲେ । ବାପାଙ୍କ କଷ୍ଟକୁ ଅନୁଭବ କରି ନିଜ ପାଠପଢ଼ାରେ ସେ ମନ ଲଗାଇଥିଲେ । ଯାହାର ଫଳ ଏବେ ତାଙ୍କୁ ମିଳିଛି । ତୁପ୍ତିମୟୀ ମା ଭୁଆସୁଣି ଉଚ୍ଚ ବିଦ୍ୟାଳୟରେ ପାଠପଢ଼ୁଥିଲେ । ପିଲାଟି ବେଳୁ ପାଠପଢ଼ା ସହ ଖେଳକୁଦରେ ତାଙ୍କର ବେଶ ଆଗ୍ରହ ରହିଛି । ବିଭିନ୍ନ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର ମଧ୍ୟ କରିଛନ୍ତି । ତେବେ ଏହି ସଫଳତାର ପାଇବା ପରେ ସେ ଆଗକୁ ଡାକ୍ତର ହୋଇ ରୋଗୀ ସେବା କରିବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି  ।