ବଦଳିଲେ ଦିଲ୍ଲୀ ପୁଲିସ କମିଶନର: ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନ ନେଲେ ଏସଏନ ଶ୍ରୀବାସ୍ତବ; ଆସନ୍ତାକାଲି ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ଶ୍ରୀବାସ୍ତବ

281

କନକ ବ୍ୟୁରୋ: ବଦଳିଲେ ଦିଲ୍ଲୀ ପୁଲିସ କମିଶନର । ତେବେ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଏବେ  ଏସଏନ ଶ୍ରୀବାସ୍ତବଙ୍କୁ ଦିଆଗଲା ଦିଲ୍ଲୀ ପୁଲିସ କମିଶନରର ଦାୟିତ୍ୱ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିବା ପରେ ଘୋଷଣା କରିଛନ୍ତି  ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ । ତେବେ ଆସନ୍ତାକାଲି ଦିଲ୍ଲୀର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ଏସଏନ ଶ୍ରୀବାସ୍ତବ ।

ଅନ୍ୟପଟେ ଦିଲ୍ଲୀର ବର୍ତ୍ତମାନ ଦାୟିତ୍ୱରେ ଥିବା ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ୨୯ ତାରିଖରେ ସରୁଛିି । AGMUT ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ ଏସଏନ ଶ୍ରୀବାସ୍ତବଙ୍କୁ ବର୍ତ୍ତମାନ ସିଆରପିଏଫ(ଟ୍ରେନିଂ) ଜମ୍ମୁ-କାଶ୍ମୀରରେ ପୋଷ୍ଟିଂ କରାଯାଇଥିଲା । ତେବେ ଦିଲ୍ଲୀ ହିଂସାକୁ ନଜରରେ ରଖି ତାଙ୍କୁ ବର୍ତ୍ତମାନ  ଦିଲ୍ଲୀର ସ୍ପେଶାଲ କମିଶନର  ଭାବେ ନିଯୁକ୍ତ କରାଯାଇଛି ।

ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସବୁଠାରୁ ଭୟଙ୍କର ଅଧିକାରୀଙ୍କ ମଧ୍ୟରେ ଗଣାଯାଏ ।  ଏହା ପୂର୍ବରୁ ବି ଶ୍ରୀବାସ୍ତବ  ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲରେ ରହିସାରିଛନ୍ତି । ତେବେ ସ୍ପେଶାଲ ସେଲରେ ଥିବାବେଳେ ଶ୍ରୀବାସ୍ତବ ଦିଲ୍ଲୀର ଆଇପିଏଲ ମ୍ୟାଚରେ ଫିକ୍ସିଂର ଖୁଲାସ କରିଥିଲେ । ସେ ସମୟରେ ଶ୍ରୀବାସ୍ତବ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲରେ ପୁଲିସର ସ୍ୱତନ୍ତ୍ର ଅ କମିଶନରଙ୍କ ଦାୟିତ୍ୱ ତୁଲାଉଥିଲେ।