ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ

117

କନକ ବ୍ୟୁରୋ : ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ  ଗୁଳି ଜବତ ହୋଇଛି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି ।

ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି ।ଏତେ ପରିମାଣର ବନ୍ଧୁକ ଜବତ ହେବାପରେ ବିହାର କନେକ୍ସନ ଖୋଜିବ ପୁଲିସ । ମୁଙ୍ଗେର ଯିବ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ । ଓଡିଶାର-ବିହାର ଚୋରା ବନ୍ଧୁକ କାରବାର ଚେନ୍କୁ ରୋକିବା ହେଉଛି କମିସନରେଟ ପୁଲିସର ମୁଖ୍ୟ ଲକ୍ଷ୍ୟ ।