କନକ ବ୍ୟୁରୋ : ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି ଜବତ ହୋଇଛି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି ।
ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି ।ଏତେ ପରିମାଣର ବନ୍ଧୁକ ଜବତ ହେବାପରେ ବିହାର କନେକ୍ସନ ଖୋଜିବ ପୁଲିସ । ମୁଙ୍ଗେର ଯିବ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ । ଓଡିଶାର-ବିହାର ଚୋରା ବନ୍ଧୁକ କାରବାର ଚେନ୍କୁ ରୋକିବା ହେଉଛି କମିସନରେଟ ପୁଲିସର ମୁଖ୍ୟ ଲକ୍ଷ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/12-12.jpg)