ରାଜନୀତି ପୂର୍ବରୁ ଅଭିନୟ ସାଙ୍ଗକୁ ସାମ୍ବାଦିକତା କରୁଥିଲେ ସ୍ମୃତି ଇରାନୀ। ଟିଭି ସାକ୍ଷାତକାରରେ ଅମେଠୀ ସାଂସଦଙ୍କ ଖୁଲାସା

215

୨୦୧୯ ଲୋକସଭା ନିର୍ବାଚନରେ ଆମେଥିରୁ ବିପୁଳ ଭୋଟ ପାଇ ବିଜୟ ହାସଲ କରିଛନ୍ତି ସ୍ମୃତି ଇରାନୀ । କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ସ୍ମୃତି ଇରାନୀ ବିଜୟ ହାସଲ କରିବା ପରେ ଏହାକୁ ଲୋକେ ଐତିହାସିକ ବିଜୟ ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ବିଜୟୀ ହେବା ପରେ ଏବେ ସ୍ମୃତିଙ୍କୁ ଅନେକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଉଥିବା ଦେଖାଯାଇଛି । ନିକଟରେ ଜି ଟିଭିର ସଂପାଦକ ସୁଧୀର ଚୌଧୁରୀଙ୍କୁ ସାକ୍ଷାତକାର ଦେଇ ଏକ ବଡ଼ ରାଜର ଖୁଲାସା କରିଥିଲେ ସ୍ମୃତି । ଅଭିନୟ ଏବଂ ରାଜନୀତି କରିବା ପୂର୍ବରୁ ସେ ସମ୍ବାଦଦାତା ଥିଲେ ବୋଲି କହିଥିଲେ ।

ବିଜେପିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସ୍ମୃତି ଇରାନୀ ଏକ ଟିଭି ସାକ୍ଷାତକାରରେ ଏକଥା ସ୍ୱୀକାର କରିଛନ୍ତି କି ସେ ରାଜନୀତି ମୈଦାନରେ ଆସିବା ପୂର୍ବରୁ ସେ ବିଭିନ୍ନ ନ୍ୟୁଜ ସଂସ୍ଥାମାନକୁ ଖବର ସଂଗ୍ରହ କରି ଦେଉଥିଲେ । ତେବେ ସେ ସମୟରେ ସ୍ମୃିତ କେବେ ଚିନ୍ତା କରିନଥିଲେ କି ଯେଉଁ ଚ୍ୟାନେଲମାନଙ୍କୁ ସେ ଦିନେ ଖବର ସଂଗ୍ରହ କରି ଦେଉଥିଲେ ଆଜିର ଦିନରେ ସେ ସେହି ଚ୍ୟାନଲରେ ମୁଖ୍ୟ ଅତିଥି ବନିବେ ବୋଲି ।

ସ୍ମୃତି କହିଥିଲେ କି, ଆଜକୁ ୧୮ରୁ ୨୦ ବର୍ଷ ପୂର୍ବେ ମୁଁ ଜଣେ ଷ୍ଟ୍ରିନଜର ଭାବେ କାମ କରୁଥିଲି । ଆମ କାମ ଥିଲା କି ଆମେ ରିପୋର୍ଟ ଏଭଳି ଜଣେ ବ୍ୟକ୍ତିଙ୍କୁ କରୁଥିଲୁ , ଯିଏକି ନ୍ୟୁଜ ଡେକ୍ସରେ ବସି ସମସ୍ତ ଖବରକୁ ଏଡିଟ ଏବଂ ସଜାଇ ଦର୍ଶକଙ୍କ ନିକଟରେ ଉପସ୍ଥାପନା କରୁଥିଲେ । ତେବେ ସେ ସମୟରେ ଯିଏ ଏହି କାମ କରୁଥିଲେ, ସେ ହେଉଛନ୍ତି ସୁଧିର ଚୌଧୁରୀ ଏବଂ ସେହି ଷ୍ଟ୍ରିନଜର ଜଣକ ହେଉଛନ୍ତି ସ୍ମୃତି ଇରାନୀ ।