ଆମେଠିରେ କଡା ଟକ୍କର ! ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ପୁଣି ସ୍ମୃତି ଇରାନୀଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଲା ବିଜେପି, ୨୦୧୪ରେ ୧ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ରାହୁଲ ।

Advertisment
ରାହୁଲଙ୍କ ପିଛା ଛାଡୁନାହାନ୍ତି ସ୍ମୃତି ! କଂଗ୍ରେସ ଅଧ୍ୟକ୍ଷଙ୍କୁ କଡା ଟକ୍କର ଦେବାକୁ କେରଳ ୱାଇନାଡ ସିଟରୁ ମଧ୍ୟ ଲଢିବେ ସ୍ମୃତି ଇରାନୀ ।

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ୧୮୪ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ସ୍ମୃତି ଇରାନୀଙ୍କୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି ।

publive-image୨୦୧୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ ଟକ୍କର ହୋଇଥିଲା । ତେବେ ପାଖାପାଖି ୧ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ରାହୁଲ ଗାନ୍ଧି । ତେବେ ପୁଣି ଥରେ ରାହୁଲ ଏହି ଆସନରୁ ଲଢିବା ନେଇ କଂଗ୍ରେସ ପୂର୍ବରୁ ଘୋଷଣା କରଥିବା ବେଳେ ବିଜେପି ମଧ୍ୟ ପୁଣି ଥରେ ସ୍ମୃତି ଇରାନୀଙ୍କୁ ଆମେଠି ଲୋକସଭା ଆସନରୁ ନିର୍ବାଚନ ଲଢାଇବା ନେଇ ଘୋଷଣା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe