କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ୧୮୪ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ସ୍ମୃତି ଇରାନୀଙ୍କୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି ।
୨୦୧୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ ଟକ୍କର ହୋଇଥିଲା । ତେବେ ପାଖାପାଖି ୧ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ରାହୁଲ ଗାନ୍ଧି । ତେବେ ପୁଣି ଥରେ ରାହୁଲ ଏହି ଆସନରୁ ଲଢିବା ନେଇ କଂଗ୍ରେସ ପୂର୍ବରୁ ଘୋଷଣା କରଥିବା ବେଳେ ବିଜେପି ମଧ୍ୟ ପୁଣି ଥରେ ସ୍ମୃତି ଇରାନୀଙ୍କୁ ଆମେଠି ଲୋକସଭା ଆସନରୁ ନିର୍ବାଚନ ଲଢାଇବା ନେଇ ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/smriti-rahul-final.jpg)