ଖଣ୍ଡା ଧରିଲେ କେନ୍ଦ୍ରମନ୍ତ୍ରୀ ! ହାତରେ ଖଣ୍ଡା ଧରି ଭିନ୍ନ ଶୈଳୀରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ 

185

ଏକ ଭିନ୍ନ ଶୈଳୀରେ ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଗୁଜୁରାଟର ଭାବନଗରରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ହାତରେ ଖଣ୍ଡ ଧରା ବୁଲାଉଛନ୍ତି ସ୍କୃତି ଇରାନୀ । ଏକାଧିକ ଛାତ୍ରୀଙ୍କ ସହ ମିଶି ଖଣ୍ଡା ବୁଲାଉଛନ୍ତି । ଗୀତର ତାଳେ ତାଳେ ନାଚିବା ସହ ଦୁଇ ହାତରେ ଗୋଟିଏ ଲେଖାଏଁ ଖଣ୍ଡା ଧରି ବୁଲାଉଛନ୍ତି ।

ସୂଚନା ଅନୁସାରେ ସ୍ୱାମୀନାରାୟଣ ଗୁରୁକୁଳରେ ମୁର୍ତୀ ସ୍ଥାପନ କାର୍ୟ୍ୟକ୍ରମରେ ପହଂଚିଥିଲେ ସ୍ମୃତି ଇରାନୀ । ଯେଉଁଥିରେ ଗୁରୁକୁଳର ଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ନାମ ତଲଵାର ରସ ଥିବାବେଳେ ଏଠାରେ ଅତିଥି ଭାବେ ସ୍ମୃତି ଯାଇ ପହଂଚିଥିଲେ । ଏଠାରେ ସେ ସମବେତ ଛାତ୍ରୀଙ୍କ ଖଣ୍ଡା ନୃତ୍ୟ ଦେଖି ବେଶ ପ୍ରଭାବିତ ହୋଇଥିଲେ । ନିଜେ ମଂଚ ଉପରକୁ ଯାଇ ସେହି ଛାତ୍ରୀମାନଙ୍କ ସହ ମିଶି ଏହି ଖଣ୍ଡା ନୃତ୍ୟୁ ପରିବେଷଣ କରିଥିଲେ ।