ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କସରତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କୁଜଙ୍ଗ, ଆଳି ପରେ ରେମୁଣାରେ କରିବେ ପ୍ରଚାର ।

120

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭା କରିବେ । ଖାସ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ତେବେ ଏହା ପୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି । ନରେନ୍ଦ୍ର ମୋଦୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ଓଡିଶା ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଆଉ ଏହି କ୍ରମରେ ଆଜି ଓଡିଶା ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।