ଅମେଠିର ବରୋଲିଆ ଗ୍ରାମର ପୂର୍ବ ପ୍ରଧାନ ସୁରେନ୍ଦ୍ର ସିଂହଙ୍କୁ ଗତକାଲି ରାତ୍ରିରେ କିଛି ଅଜ୍ଞାତ ଯୁବକ ଗୁଳି ମାରି ହତ୍ୟା କରିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଲଖ୍ନୌର ଟ୍ରାମା ସେଣ୍ଟର ନିଆଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ସୁରେନ୍ଦ୍ର ସିଂହ ଅମେଠିରୁ ନିକଟରେ ଲୋକସଭା ନିର୍ବାଚନ ଜିତିଥିବା ସ୍ମୃତି ଇରାନୀଙ୍କ ପାଖ ଲୋକ ଥିଲେ । ସୁଚନାନୁସାରେ ବରୋଲିଆ ଗ୍ରାମ ମନୋହର ପାରିକର ଖାସ୍ ଗାଁ ଥିଲା ।
ସୁତ୍ର ଅନୁସାରେ, ସୁରେନ୍ଦ୍ର ସିଂହ ତାଙ୍କ ଘର ବାହାରେ ଶୋଇଥିବା ବେଳେ ଅଭିଯୋଗମାନେ ଏଭଳି କାଣ୍ଡ ଭିଆଇଥିଲେ । ଘଟଣାର ଖବର ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ଆରମ୍ଭ କରିସାରିଛି । ଏହି ଘଟଣା ପରଠାରୁ ଗାଁରେ ଶୋକର ଛାୟା ଖେଳିଯାଇଛି । ନିକଟରେ ସ୍ମୃତି ଇରାନୀଙ୍କ ନିର୍ବାଚନ ପ୍ରଚାର ସମୟରେ ସୁରେନ୍ଦ୍ର ସିଂହଙ୍କ ଭୁମିକା ମହତ୍ତ୍ୱପୂର୍ଣ୍ଣ ଥିଲା । ଯାହାର ଫାଇଦା ସ୍ମୃତି ଇରାନୀଙ୍କୁ ଅମେଠିରୁ ଜିତିବାରେ ସାହାଯ୍ୟ କରିଥିଲା ।
Follow Us
/kanak/media/post_attachments/wp-content/uploads/2019/05/surendrasingh-15217744_6-300x138.jpg)